fbpx

୫୦୦୦ ବର୍ଷ ପୁରାତନ ପାକିସ୍ତାନର ଏହି ହିନ୍ଦୁ ମନ୍ଦିର ଯେଉଁଠି ପଡ଼ିଥିଲା ଭଗବାନ ଶିବଙ୍କର ଅଶ୍ରୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ନୂଆଦିଲ୍ଲୀ: ପାକିସ୍ତାନରେ ଏପରି ଅନେକ ହିନ୍ଦୁ ମନ୍ଦିର ରହିଛି ଯାହା ବିଶ୍ୱ ପ୍ରସିଦ୍ଧ । ତେବେ ବର୍ତ୍ତମାନ ସମୟରେ ପାକିସ୍ତାନର ଏକ ୫୦୦୦ ବର୍ଷ ପୁରାତନ ହିନ୍ଦୁ ମନ୍ଦିର ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ମନ୍ଦିର ପରିସରରେ ସାତ କିମ୍ବା ଅଧିକ ମନ୍ଦିର ରହିଛି ଯାହା ସାତଗ୍ରହ ନାମରେ ବେଶ ପ୍ରସିଦ୍ଧ । ତେବେ ମନ୍ଦିର ଭିତରେ ଏକ ପୋଖରୀ ରହିଛି ଯାହା ଚାରିପାଖରେ ଏହି ମନ୍ଦିର ତିଆରି ହୋଇଛି । ତେବେ ଏପରି ମାନ୍ୟତା ରହିଛି ଯେ ଏହି ପୋଖରୀରେ ଭଗବାନ ଶିବଙ୍କର ଲୁହରେ ଏହି ପୋଖରୀ ଭରି ହୋଇଛି ।

ପତ୍ନୀ ସତୀଙ୍କର ମୃତ୍ୟୁ ପରେ ଭଗବାନ ଶିବ ଦୁଃଖରେ ବୁଡ଼ି ଯାଇଥିଲେ । ତେବେ ସେ ଦୁଃଖରେ ନିଜର ଲୁହ ଅଟକାଇ ପାରିଲେ ନାହିଁ । ସେ ସତୀଙ୍କ ସ୍ମୃତିରେ ଏତେ ମାତ୍ରାରେ କାନ୍ଦିଥିଲେ ଯେ ସେଠାରେ ଏକ ପୋଖରୀ ସୃଷ୍ଟି ହୋଇଥିଲା । ମନ୍ଦିରରେ ଥିବା ଏହି କୁଣ୍ଡ କଟାକ୍ଷ କୁଣ୍ଡ ନାମରେ ବେଶ ପ୍ରସିଦ୍ଧ । ତେବେ ଏଠାରେ ପାଣ୍ଡବମାନେ ୧୨ ବର୍ଷ ଜଙ୍ଗଲରେ ରହିଥିବା ସମୟରେ ଏଠାକୁ ଆସିଥିଲେ ବୋଲି ମଧ୍ୟ ମାନ୍ୟତା ରହିଛି ।

ତେବେ ପାକିସ୍ତାନରେ ଥିବା ଏହି ମନ୍ଦିର ପରିସରରେ ପ୍ରାୟ ୯୦୦ ବର୍ଷ ପୁରୁଣା ବୌଦ୍ଧ ସ୍ତୁପ ଏବଂ ମନ୍ଦିର ମଧ୍ୟ ରହିଛି । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମନ୍ଦିର ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ଏହା ସହିତ ମନ୍ଦିରରେ ଏକ ପ୍ରାଚୀନ ଗୁରୁଦ୍ୱାରର ମଧ୍ୟ ଅବଶେଷ ରହିଛି ।

ତେବେ ମନ୍ଦିର ସହିତ ଜଡ଼ିତ ଅନେକ ଆସ୍ଥା ରହିଛି । ଏଠାରେ ଅଲଗା ଅଲଗା ସବୁ ଧର୍ମର ବ୍ୟକ୍ତି ଏଠାରେ ଏକତ୍ରିତ ହୋଇଥାନ୍ତି । ତେବେ ଶିବରାତ୍ରି ଦିନରେ ଏଠାରେ ବହୁତ ଭିଡ଼ ଦେଖିବାକୁ ମିଳିଥାଏ । ଯଦିଓ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ ତଥାପି ଲୋକମାନେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏହା ମଧ୍ୟ ବିଶ୍ୱାସ କରାଯାଇଥାଏ ଯେ ଏହି ମନ୍ଦିରରେ ସ୍ନନାନ କରିବା ଦ୍ୱାରା ସମସ୍ତ ପାପରୁ ମନୁଷ୍ୟକୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.