fbpx

KBC ସିଜନ-୧୬ରେ ଏକ କୋଟି ଟଙ୍କା ଜିତିଲେ ଏହି ବ୍ୟକ୍ତି, ହେଲେ ଖାତାକୁ ଆସିବ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ଶୋ ‘କୌନ ବନେଗା କରୋଡପତି’ରେ ଏଭଳି ସୁଯୋଗ ଦିଆଯାଏ, ଯାହାକି ଯେକୌଣସି ବ୍ୟକ୍ତି ନିଜ ଜ୍ଞାନ ଦ୍ୱାରା ଏକ କୋଟି ଟଙ୍କା ପାଇପାରିବେ। ତେବେ ଏହି ଶୋ ର ୧୬ତମ ସିଜନ ୧୨ ଅଗଷ୍ଟରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହି ସିଜନକୁ ନିଜର ପ୍ରଥମ କୋଟିପତି ମିଳିସାରିଛି। ଜାମ୍ମୁୃ-କାଶ୍ମୀରରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ଚନ୍ଦ୍ର ପ୍ରକାଶ। ଯିଏ ୨୨ ବର୍ଷୀୟ ଅଟନ୍ତି। ହେଲେ ୭ କୋଟି ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଛନ୍ତି ଚନ୍ଦ୍ରପ୍ରକାଶ। ତେବେ ଆସନ୍ତୁ ଜାଣିବା ଏକ କୋଟି ଟଙ୍କା ମିଳିବ ନା ଏଥିରୁ ଟ୍ୟାକ୍ସ କଟିବ..

କୌନ ବନେଗା କରୋଡପତିରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଯଦି କୌଣସି ବ୍ୟକ୍ତି ଏକ କୋଟି ଟଙ୍କା ଜିତୁଛନ୍ତି ତେବେ ତାଙ୍କ ଖାତାକୁ ସଂପୁର୍ଣ୍ଣ ରାଶି ଆସିନଥାଏ। ସେମାନେ ଜିତିଥିବା ଧନ ରାଶିରୁ ଟିଡିଏସ କଟିଥାଏ। ଭାରତୀୟ ଟୟାକ୍ସ ନିୟମ ମୁତାବକ, ପ୍ରତିଯୋଗୀ ଜିତିଥିବା ଧନରାଶିରୁ ସେକ୍ସନ ୧୯୪-କେ ଅନୁଯାୟୀ, ୩୦ ପ୍ରତିଶତ ଟିଡିଏସ ଦେବାକୁ ପଡିଥାଏ। ଏଥିରେ ପ୍ରତିଯୋଗୀଙ୍କ ୩୦ ଲକ୍ଷ ଟଙ୍କା ଟିଡିଏସ କଟିଯାଇଥାଏ। ଏହା ବ୍ୟତୀତ ପ୍ରତିଯୋଗୀଙ୍କୁ ସରଚାର୍ଜ ମଧ୍ୟ ଦେବାକୁ ପଡିଥାଏ। ଯାହାକି ଟିଡିଏସ ରାଶିର ୧୦ ପ୍ରତିଶତ ହୋଇଥାଏ, ଅର୍ଥାତ ପ୍ରତିଯୋଗୀଙ୍କର ୩ ଲକ୍ଷ ଟଙ୍କା ଆହୁରି କମିଯାଏ। ତେବେ ପ୍ରତିଯୋଗୀ ଜିତିଥିବା ଏକ କୋଟି ଟଙ୍କାରୁ ୩୩ ଲକ୍ଷ ଟଙ୍କା କମିଯାଇଥାଏ।

Get real time updates directly on you device, subscribe now.