fbpx

ପାଖରେ ରଖନ୍ତୁ ଏହି ୬ଟି ଶୁଭ ଜିନିଷ, କେବେବି ବିଗିଡ଼ିବନି ଘରର ବଜେଟ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ନୂତନ ଆର୍ଥିକ ବର୍ଷରେ ନିଜର ଆୟ କିପରି ବଢିବ ଏବଂ ଟଙ୍କା ସଞ୍ଚୟ କରିବା କଥା ଚିନ୍ତା କରୁଛନ୍ତି । କିନ୍ତୁ ଖର୍ଚ୍ଚର ବୃଦ୍ଧି ପାଇଁ ମଣିଷ ପକ୍ଷେ ସଞ୍ଚୟ କରିବା ସମ୍ଭବ ହୋଇନଥାଏ । ତେଣୁ ଜ୍ୟେତିଷ ଶାସ୍ତ୍ର ଅନୁସାରେ, ଏପରି କିଛି ଲକି ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ୱାରା ମଣିଷ ପାଖେ ଆୟ ବୃଦ୍ଧି ହେବା ସହ ସଂଚୟ ମଧ୍ୟ ହୋଇଥାଏ । ସେଥିପାଇଁ ନିଜର ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ ଏହି ଜିନିଷକୁ ଘରେ ରଖନ୍ତୁ ।

-ହିନ୍ଦୁ ଧର୍ମରେ ହାତୀକୁ ଭଗବାନଙ୍କ ରୂପରେ ପୂଜା କରାଯାଇଥାଏ । ହାତୀ ଗୁଡ଼ଲକ ଏବଂ ବୃଦ୍ଧିର ପ୍ରତିନିଧିତ୍ୱ କରିଥାଏ । ସିଧା ଶୁଣ୍ଡ ଥିବା ହାତୀକୁ ସୌଭାଗ୍ୟର ଅଗ୍ରଦୂତ ବୋଲି ଧରାଯାଇଥାଏ । ଜ୍ୟେତିଷଶାସ୍ତ୍ର ଅନୁସାରେ, ଘରେ ଧାତୁ ହାତୀ ରଖିବା ଦ୍ୱାରା ମଣିଷକୁ ଗୁଡ୍ ଲକ୍ ମିଳିଥାଏ ।

– ଘୋଡ଼ା ଲାଞ୍ଜ ବା ନାଲ ମଣିଷର ଲକି ଚାର୍ମ ହୋଇଥାଏ । ଏହାକୁ ଟଙ୍କା ରଖିବା ସ୍ଥାନରେ ରଖିଲେ କାଙ୍ଗାଳ ପରିସ୍ଥିତି ଦୂର ହୋଇଯାଏ । ନକରାତ୍ମକ ଶକ୍ତିଠାରୁ ଦୂରେଇବା ପାଇଁ କିଛି ଲୋକ ଏହାକୁ ଦ୍ୱାର ସାମ୍ନାରେ ବାନ୍ଧିଥାନ୍ତି ।

-ଘୋଡ଼ା ନାଲ ପରି କଇଁଛ ମଧ୍ୟ ଘରକୁ ସୁରକ୍ଷା ଦେଇଥାଏ । ଆପଣ ଧାତୁ ଯୁକ୍ତ କଇଁଛକୁ ଘରେ ସ୍ଥାପନ କରିପାରିବେ । ଯେଉଁଠାରେ ଧାତୁ କଇଁଛକୁ ରଖାଯାଏ ସେଠାରେ ଧନର ଅଭାବ ଦେଖାଯାଏ ନାହିଁ ।

-ନାଲି ରଙ୍ଗ ଭାରତୀୟ ସଂସ୍କୃତିରେ ଶୁଭ ବୋଲି ଧରାଯାଏ । ପ୍ରତ୍ୟେକ ନାରୀ ନିଜ ବାହାଘର ଦିବସରେ ନାଲି ଶାଢି ପିନ୍ଧିଥାନ୍ତି । ସେଥିପାଇଁ ଧନର ଅଭାବ ନ ହେବା ପାଇଁ ନାଲିର ଯେକୌଣସି ଜିନିଷ ଘରେ ରଖନ୍ତୁ ।

-ଆପଣ ଦେଖିଥିବେ କିଛି ଯାଗାରେ ଘୁଷୁରୀକୁ ଲଟେରୀ ବା ସେଭିଙ୍ଗ ସିମ୍ବଲ ରୂପରେ ବ୍ୟବହାର କାରଯାଇଥାଏ । ଏହାକୁ ଏକ ଗୁଡଲକ ସାଇନ ରୂପରେ ଦେଖାଯାଇଥାଏ । ତେଣୁ ଘୁଷୁରୀର କୌଣସି ସିମ୍ବଲକୁ ଆପଣ ଘରେ ରଖିପାରିବେ ।

-କିଛିଲୋକ ଘରର ଗନ୍ଧ ଦୂର କରିବା ପାଇଁ ଅଗରବତୀର ବ୍ୟବହାର କରିଥାନ୍ତି । ହେଲେ ଜ୍ୟେତିଷ ଶାସ୍ତ୍ର ଅନୁସାରେ ଘରେ ନକରାତ୍ମକ ଶକ୍ତିକୁ ହଟାଇବା ପାଇଁ ଧୂପକାଠି ଲାଗାଯାଏ । ଏପରି ମଧ୍ୟ ଧରାଯାଏ ଯେ, ପ୍ରତ୍ୟେକ ସୁଗନ୍ଧର ଭିନ୍ନ ଭିନ୍ନ ପ୍ରଭାବ ରହିଥାଏ । ସେଥିପାଇଁ ଆର୍ଥିକ ବର୍ଷ ଆରମ୍ଭରୁ ଆପଣ ଘରେ ସୁଗନ୍ଧିତ ଧୂପକାଠି ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.