fbpx

ସ୍ୱସ୍ତିକ ଚିହ୍ନ ତିଆରି ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ୍ ଆସିପରେ ଅନେକ ବିପତ୍ତି

ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱସ୍ତିକ ଚିହ୍ନକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଯେତେବେଳେ କୌଣସି ପୂଜା କିମ୍ବା ଶୁଭ କାର୍ଯ୍ୟ କରାଯାଇଥାଏ ସର୍ବ ପ୍ରଥମେ ସ୍ୱସ୍ତିକ ଚିହ୍ନ ତିଆରି କରାଯାଇଥାଏ । କାରଣ ଏହି ଚିହ୍ନ ମନରେ ସକରାତ୍ମକ ଭାବନା ଆଣିବା ସହ ଘରେ ସୁଖସମୃଦ୍ଧି ମଧ୍ୟ ଆଣିଥାଏ । ଏଥି ସହିତ ଏହା କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ଦେଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହେବା ସହ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । କିନ୍ତୁ ଏହି ଚିହ୍ମକୁ ତିଆରି ସମସୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ ଆପଣଙ୍କ ପାଇଁ ଅନେକ ସମସ୍ୟାର କାରଣ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ ତିଆରି ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସ୍ୱସ୍ତିକ ଚିହ୍ନ ତିଆରି ସମୟରେ ଏହିସବୁ କଥା ପ୍ରତି ଦିଅନ୍ତୁ ଧ୍ୟାନ:

ସ୍ୱସ୍ତିକ ଚିହ୍ନ ତିଆରି ସମୟରେ ଧ୍ୟାନ ରଖନ୍ତୁ ଯେ ଏହି ଚିହ୍ନକୁ ସିଧା ତିଆରି କରନ୍ତୁ । ଓଲଟା ସ୍ୱସ୍ତି ଚିହ୍ନ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆଣିଥାଏ ।

ସ୍ୱସ୍ତିକ ଚିହ୍ନ ସିଧା ହେବା ସହିତ ଏହାର ରେଖା ଏବଂ କୋଣ ସମାନ ଅନୁପାତରେ ହେବା ଆବଶ୍ୟକ । ଏହି ରୋଖା ଛୋଟ ବଡ ହେଲେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ ।

ସ୍ୱସ୍ତକର ଚିହ୍ନ ତିଆରି କରିବା ପାଇଁ ନାଲି,ହଳଦିଆ ଏବଂ ନୀଳ ରଙ୍ଗ ଶୁଭ ହୋଇଥାଏ । ତେଣୁ ଆପଣ ଏହି ରଙ୍ଗରେ ହିଁ ସ୍ୱସ୍ତିକ ତିଆରି କରନ୍ତୁ । ତେବେ ଏହି ରଙ୍ଗ ବ୍ୟତୀତ ଅନ୍ୟ ରଙ୍ଗରେ ସ୍ୱସ୍ତିକ ଚିହ୍ମ ତିଆରି କରିଲେ ଏହା ଆପଣଙ୍କୁ ଅଶୁଭ ଫଳ ଦେଇଥାଏ ।

ଯେଉଁ ଲୋକମାନେ ସ୍ୱସ୍ତିକ ପିନ୍ଧିବାକୁ ଚାହୁଛନ୍ତି,ସେମାନେ ଧ୍ୟାନ ରଖିବା ଉଚିତ୍ ସ୍ୱସ୍ତିକ ଏକ ଗୋଲ ଭିତରେ ରହିଥିବା ଆବଶ୍ୟକ । ତେବେ ସୁନା କିମ୍ବା ରୂପାର ଗୋଲ ଭିତରେ ଥିବା ସ୍ୱସ୍ତିକକୁ ନାଲି ସୂତାରେ ପିନ୍ଧିଲେ ମନରେ ଏକାଗ୍ରତା ବଢିଥାଏ ।

Get real time updates directly on you device, subscribe now.