fbpx

କେନ୍ଦୁଝରବାସୀଙ୍କୁ ୪ ହଜାର କୋଟିର ଭେଟି : ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩୭୮ କୋଟିର ଋଣ

Advertisement

କେନ୍ଦୁଝର : ରାଜ୍ୟ ସରକାର କେନ୍ଦୁଝରବାସୀଙ୍କ ୪ ହଜାର ୭ଶହ କୋଟି ଟଙ୍କାର ଭେଟି ଦେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ପହଞ୍ଚି ୨୫୯ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକ ପ୍ରକଳ୍ପର ଶୁଭାରମ୍ଭ ଦେଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଓ ଶିଳାନ୍ୟାସ ୪୭୦୩ କୋଟି ଟଙ୍କାର ବ୍ୟୟ ଅଟକଳ ବୋଲି ସୂଚନା ମିଳିଛି ।

ଧରଣୀଧର ମେଡିକାଲ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଯାହା ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହା ସହ ମହିଳା ସଶକ୍ତ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ର । ୧୪, ୩୭୨ ଏସଏଚ୍‌ଜି ମହିଳା ଗ୍ରୁପ୍ ମାଧ୍ୟମରେ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ପ୍ରଦାନ ପରିବେ ରାଜ୍ୟ ସରକାର । ଏହା ଦ୍ୱାରା ୧ ଲକ୍ଷ ୫୮ ହଜାର ୬୫୫ ଜଣ ମହିଳା ହେବେ ସ୍ୱାବଲମ୍ବୀ ହେବେ ବୋଲି ଆକଳନ କରାଯାଇଛି ।

ଜୟ ମା’ ତାରିଣୀ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଆପଣମାନଙ୍କର ବହୁତ ଦିନର ଆଶା ପୂରଣ ହେଲା, ମୁଁ ବହୁତ ଖୁସୀ । ରାଜ୍ୟର ୧୦ମ ମେଡିକାଲ ଅନୁଷ୍ଠାନ ହେଲା ଡିଡି ବିଶ୍ୱବିଦ୍ୟାୟଳ । ଅଧିକ ଡାକ୍ତର ବାହାରିବ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ହେବ । ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ୍ । ସାରା ରାଜ୍ୟରେ କେନ୍ଦୁଝରର ଯୋଗଦାନ ରହିଛି ।

Get real time updates directly on you device, subscribe now.