fbpx

ଲୋକପ୍ରିୟ ଚା’ ଦୋକାନୀ ଆର.ବିଜୟନଙ୍କ ପରଲୋକ, ବିଦେଶ ବୁଲିବା ନିଶା ପାଇଁ ଚର୍ଚ୍ଚାକୁ ଆସିଥିଲେ…

କୋଚି: କୋଚି ସହରର ଲୋକପ୍ରିୟ ଚା ଦୋକାନୀ ଆର.ବିଜୟନଙ୍କ ୭୧ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ବିଜୟନ ଯଦିଓ ଚା’ ଦୋକାନ କରିଥିଲେ କିନ୍ତୁ ତାଙ୍କର ବିଦେଶ ବୁଲିବା ନିଶା ପାଇଁ ସାରା ଦୁନିଆରେ ପରିଚୟ ପାଇଥିଲେ । ଆର ବିଜୟନଙ୍କର କୋଚିରେ ଶ୍ରୀ ବାଲାଜି କଫି ହାଉସ ନାମରେ ଦୋକାନ ରହିଛି । ପ୍ରତିବର୍ଷ ସେ ପତ୍ନୀ ମୋହନାଙ୍କ ସହିତ ବିଦେଶ ଭ୍ରମଣ ପାଇଁ ଯାଉଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ । ନିକଟରେ ସେ ପତ୍ନୀଙ୍କ ସହିତ ଋଷ ଗସ୍ତ ସାରି ଫେରିଥିଲେ । ଡିସେମ୍ବରରେ ମଧ୍ୟ ଏସିଆର କୌଣସି ଦେଶ ବୁଲିବାକୁ ଯୋଜନା କରିଥିଲେ । ନିକଟରେ ଏହି ଦମ୍ପତି ଋଷିଆ ଗସ୍ତରୁ ଫେରିଥିଲେ । ସେ ପ୍ରଥମେ ଦେଶର ପ୍ରାୟ ସମସ୍ତ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିଥିଲେ । ସେ ପ୍ରଭୁ ବାଲାଜୀଙ୍କ ମନ୍ଦିରକୁ ୧୦୦ ରୁ ଅଧିକ ଥର ପରିଦର୍ଶନ କରିଥିଲେ । ସାରା ବିଶ୍ୱରେ ଭ୍ରମଣ କରୁଥିବା ଏହି ଦମ୍ପତିଙ୍କ ଖବର ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ମଧ୍ୟ ସହଯୋଗର ହାତ ବଢାଇଥିଲେ ।

Get real time updates directly on you device, subscribe now.