ହାଏରେ ଦୁନିଆ ଏଠି କ’ଣ ଚାଲିଛି… କୁକୁଡ଼ା ଭାଡ଼ିରେ ବସି ବାପାଙ୍କ ଲୁନାରେ ଚକ୍କର କାଟିଲେ ୨ ପୁଅ, ଦେଖନ୍ତୁ ଦେଶୀ ଯୋଗାଡ଼ର (Video)

ପଞ୍ଜୁରୀରେ ବସି ବୁଲିଲେ କୁନିପୁଅ । । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ ।

ଓଡ଼ିଶା ଭାସ୍କର: ଏକ ଅଜବ ଦୃଶ୍ୟ ଏବେ ଇଣ୍ଟନେଟରେ ଛାଇଯାଇଛି । ଯାହାକୁ ନେଇ ଇଣ୍ଟରନେଟ୍ ମଧ୍ୟ ଦୁଇଭାଗ ହୋଇଯାଇଥିବାର ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ଏକ ରୋଚକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଭିଡିଓଟି ହେଲା ଜଣେ ଲୁନା ଚାଳକଙ୍କର ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ ବ୍ୟକ୍ତିଜଣଙ୍କ ଲୁନା ଚଲେଇ ଯାଉଥିବାବେଳେ ତାଙ୍କ ପଛ ସିଟରେ ଏକ କୁକୁଡ଼ା ପଞ୍ଜୁରୀ ଥିବାର ଦେଖିବାକୁ ମିଳୁଛି । ଏ ପଞ୍ଜୁରୀରେ କୁକୁଡ଼ା ବଦଳରେ ଦୁଇଟି କୁନି କୁନି ପିଲା ବସିଥିବାର ଦେଖିବାକୁ ମିଳୁଛି ।

ଏ ଭିଡିଓଟିକୁ ଲୁନା ଚାଳକଙ୍କ ପଛରେ ଯାଉଥିବା ବ୍ୟକ୍ତି ନିଜ ଫୋନରେ କଏଦ କରିଥିବା ଜଣାପଡ଼ିଛି । ଲୁନା ଚାଳକ ପଛରେ ୨ ପୁଅଙ୍କୁ ବସେଇ ଯାଉଥିବାବେଳେ ଆଉ ଜଣଙ୍କୁ ଲୁନାର ଗୋଡ଼ ରଖିବା ଜାଗାରେ ବସେଇ ନେଇ ଯାଉଥିବା ଦେଖିବାକୁ ମିଳିଛି ।

ଭିଡିଓଟିକୁ ଦେଖିବା ପରେ କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଶୀ ଯୋଗାଡ଼ କରୁଥିବାବେଳେ କିଛି ବାପାଙ୍କ ବେଖିଆଲି ଢଙ୍ଗର ନିନ୍ଦା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩.୩ ମିଲିୟନ ଲୋକ ଦେଖିସାରିଲେଣି ।

 

View this post on Instagram

 

A post shared by Roll Rida (@rollrida)