ଗୃହରେ କିଟ ତାତି: କିଟ୍ ମାଲିକ କେଉଁ ଦଳର, ତାଙ୍କୁ କିଏ କୋଳରେ ବସାଇଛି… ଛାତ୍ରୀ ମୃତ୍ୟୁକୁ ନେଇ KIIT ଦୁଃଖିତ

ଭୁବନେଶ୍ୱର: କିଟରେ ଛାତ୍ରୀ ମୃତ୍ୟୁ ମାମଲା, ଦୁଃଖ ପ୍ରକାଶ କରି ସଫେଇ ଦେଲା କିଟ୍ ।

ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ହଷ୍ଟେଲ ହାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

କ୍ୟାମ୍ପସକୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି । ଏ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏଥିପାଇଁ କିଟ୍ ଦୁଃଖିତ ।

ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁ ଖବର ଗୃହରେ ଆଲୋଚନା କଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କିଟରେ ଯେଉଁ ଘଟଣା ଘଟିିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କିଟ୍ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ ବୋଲି ଟଙ୍କଧର ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ।

ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ । ସେ ସମୟର ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରି ନ ଥିଲେ । ଆଉ ଏବେ ଆଇନ ପାଠ ପଢ଼ାଉଛନ୍ତି, ଯାହା ହାସ୍ୟରସ୍ପଦ ବୋଲି ଗୃହରେ କହିଛନ୍ତି ଟଙ୍କଧର ।