କିଲର୍ ସ୍ୱାମୀ, ଗୋଟେ ପରେ ଗୋଟେ ବାହା ହେଉଥିଲା, ସୋଉକ୍ ପୂରା ହେବା ପରେ ମାରିଦେଉଥିଲା!

ତୃତୀୟ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ସାମ୍ନାକୁ ଆସିଲା ଘଟଣା।

ବିହାର: କିଲର ସ୍ୱାମୀ। ସୋଉକ୍ ପ୍ରବଳ। ଜଣକ ପରେ ଜଣେ ଝିଅକୁ ବିବାହ କରୁଥିଲା।  ଆଉ ତା ଠାରୁ ମନ ଭରି ଗଲା ପରେ ତାକୁ ମର୍ଡର କରି ଆଉ ଜଣକୁ ବିବାହ କରୁଥିଲା।

ସ୍ୱାମୀର ଏପରି ନାରକୀୟ କାଣ୍ଡ ସମ୍ପର୍କରେ କେହି କିଛି ଜାଣି ପାରୁନଥିଲେ। ହେଲେ ୩ ନମ୍ୱର ସ୍ତ୍ରୀକୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା।

କିଲର୍ ସ୍ୱାମୀ: ବିହାରର ଗୋପାଳଗଞ୍ଜରେ ଜଣେ କିଲର୍ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଏହି ଘଟଣାଟି ଉଚକାଗାଓଁ ଥାନା ଅଞ୍ଚଳର ହରକେଶ ବରାଡ଼ିରେ ଘଟିଛି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ପହଞ୍ଚି ଆତ୍ମସମର୍ପଣ ମଧ୍ୟ କରିଛି।

ମୃତ ମହିଳାଙ୍କ ନାମ ଗୁଡ଼ିଆ ଦେବୀ, ଯିଏ ରାମ ବାବୁ ସାହଙ୍କ ତୃତୀୟ ପତ୍ନୀ ଥିଲେ। ଏହା ପୂର୍ବରୁ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହା ପରେ ସେ ଦ୍ୱିତୀୟ ବିବାହ କରି ଛାଡପତ୍ର ଦେଇଥିଲେ। ଏହା ମଧ୍ୟରେ ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଛି।

୨୦୨୧ ମସିହାରେ ତୃତୀୟ ବିବାହ: ପରିବାର କହିବା ଅନୁଯାୟୀ, ବିରୱାଟ ଗାଁର ଗୁଡିଆଙ୍କ ବିବାହ ୨୦୨୧ ମସିହାରେ ହୋଇଥିଲା ଏବଂ ତାଙ୍କର ଏକ ତିନି ବର୍ଷର ପୁଅ ମଧ୍ୟ ଅଛି।

ବିବାହ ପରେ ଅଭିଯୁକ୍ତ ରାମବାବୁ ସାହ ବିଦେଶ ଚାଲିଯାଇଥିଲେ। ଫେରିବା ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ଏବଂ ଏକ ବାଇକ୍ ପାଇଁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏ ନେଇ କୋର୍ଟରେ ଯୌତୁକ ନିର୍ଯାତନା ମାମଲା ଚାଲିଥିଲା ଏବଂ ଉଭୟଙ୍କୁ ଅଗଷ୍ଟ ୮ ତାରିଖରେ ଶୁଣାଣିରେ ହାଜର ହେବାକୁ ପଡିଥାନ୍ତା।

କୋର୍ଟ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗୁଡିଆ ତାଙ୍କ ସ୍ୱାମୀଙ୍କ ଘରକୁ ଯାଇଥିଲେ କିନ୍ତୁ କୋର୍ଟରେ ହାଜର ହେବା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଏବଂ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲେ।

ପୋଲିସ ଅଭିଯୁକ୍ତକୁ ଗିରଫ କରିଛି: ମୃତ ମହିଳାଙ୍କ ସନ୍ତାନକୁ ତାଙ୍କ ମାମୁ ପରିବାରକୁ ହସ୍ତାନ୍ତର କରାଯାଇଛି। ପୋଲିସ କହିଛି ଯେ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି।

ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଉଦ୍ଧାର କରିଛି ପୋଲିସ। ତଥାପି ଏହି ହତ୍ୟାକାଣ୍ଡ ଗୁଡିଆଙ୍କ ବାପାମାଆ ଏବଂ ଶ୍ୱଶୁର ଘରେ ଉତ୍ତେଜନା ସୃଷ୍ଟି କରିଛି। ପରିବାର ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ଦାବି କରୁଛନ୍ତି।