fbpx

ବିକିନି ପିନ୍ଧି ଲ’ପାଠ ପଢୁଛନ୍ତି ଅଭିନେତ୍ରୀ : ‘ଏହା କେଉଁ ଲ’ସ୍କୁଲ’ ବୋଲି କମେଣ୍ଟ୍ କରିଛନ୍ତି ୟୁଜର୍ସ

Advertisement

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ପରୀକ୍ଷା ଆସିଲେ ସମସ୍ତେ ପାଠପଢା ନେଇ ବ୍ୟସ୍ତ ହୋଇଯାଆନ୍ତି । ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ମୋସିଆଲ୍ ମିଡିଆ ଠାରୁ ନିଜକୁ ଦୂରରେ ରଖି ସବୁ ସମୟ ପାଠପଢାରେ ଲଗାଇଥାନ୍ତି । ହେଲେ କେବେ କାହାକୁ ବିକିନି ପିନ୍ଧି ପାଠପଢିବାର ଦେଖିଛନ୍ତି କି? ଏଭଳି ବିକିନି ପିନ୍ଧି ପାଠପଢୁଛନ୍ତି ହଲିୟୁଡ୍ ଅଭିନେତ୍ରୀ କିମ୍ କାର୍ଦଶିୟନ୍ ।

 

 

ଅଭିନେତ୍ରୀ କିମ୍ ଓକିଲ ହେବା ପାଇଁ ଇଛା ରଖିଛନ୍ତି । ଲ’ ପରୀକ୍ଷା ପାଖେଇ ଆସୁଥିବାରୁ ଗତ କିଛି ଦିନ ହେବ ପାଠପଢା ପାଇଁ ବ୍ୟସ୍ତ ରହୁଛନ୍ତି । ନିଜ ଫାଇନାଲ୍ ପରୀକ୍ଷା ଲାଗି ପାଠପଢୁ ଥିବା ବେଳେ ଏଭଳି କିଛି ଫଟୋକୁ କିମ୍ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅଭିନେତ୍ରୀଙ୍କର ଏହି ବିକିନି ପିନ୍ଧି ପାଠପଢୁ ଥିବା ନୂଆ ଷ୍ଟାଇଲର ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେବା ସହ ଭାଇରାଲ୍ ହେବାରେ ଲାଗିଛି । ସେ ଫଟୋରେ ଅଫହ୍ୱାଇଟ କଲରର ଷ୍ଟ୍ରିଙ୍ଗ୍ ବିକିନି ପିନ୍ଧି ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ କ୍ୟାପସନରେ ଖରାରେ ପାଠ ପଢୁଥିବା ଲେଖିଛନ୍ତି ।

 

 

ଫଟୋ ଭାଇରାଲ ହେବା ପରେ ୪୮ ଲକ୍ଷରୁ ଅଧିକ ଲାଇକ୍ ଆସି ସାରିଛି । ଏହାକୁ ନେଇ କେତେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି । ସେଥିମଧ୍ୟରୁ ଜଣେ ୟୁଜର୍ସ କମେଣ୍ଟ କରଛନ୍ତି କି- ‘ଜଣାପଡୁଛି ସ୍କୁଲ ଆଉ ଥରେ ଯିବାକୁ ହେବ’, ଅନ୍ୟ ଜଣେ ୟୁଜର୍ସ ‘ଏହା କେଉଁ ଲ’ସ୍କୁଲ’ ବୋଲି କିମଙ୍କୁ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁସାରେ, ହଲିଉଡର ଏହି ଅଭିନେତ୍ରୀ ଜଣକ ନିଜ ବିକିନୀ ଫଟୋ ବ୍ୟତୀତ ସ୍ୱାମୀ କାନ୍ୟେ ବେଷ୍ଟଙ୍କ ସହ ବିବାହ ବିଚ୍ଛେଦକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । କିମ୍ ୬ ବର୍ଷ କାନ୍ୟେଙ୍କ ସହ ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ଫେବ୍ରୁଆରୀ ୨୦୨୧ରେ ତାଙ୍କୁ ଛାଡପତ୍ର ଦେଇଥିଲେ । କିମ୍ ଓ କାନ୍ୟେଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଅଛନ୍ତି।

 

Get real time updates directly on you device, subscribe now.