fbpx

ଖୁସିଖବର: ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବ କିମସ୍ ଡାକ୍ତରଙ୍କ ସଞ୍ଜିବନୀ ଗ୍ୟାଜେଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ହୃଦଘାତ ବା ହାର୍ଟ ଆଟାକ୍ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦଘାତର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଉପଯୁକ୍ତ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଥାଏ । ଏହି ଜଟିଳ ସମସ୍ୟାକୁ ଦୃଷ୍ଟିରେ ରଖି କିମ୍ସ ଡାକ୍ତରମାନେ ଏକ ପ୍ରଭାବଶାଳୀ ପ୍ରଯୁକ୍ତି ବିଦ୍ୟାର ବିକାଶ କରିଛନ୍ତି । ଏହାର ନାମ ରଖାଯାଇଛି କାର୍ଡିଓ ପୁଲ୍ମୋନାରୀ ରିସସାଇଟେସନ୍ ପ୍ରସିଡ୍ୟୁଅର(ସିପିଆର୍) । କିମ୍ସ ଡାକ୍ତରମାନେ ଏହାର ନାମ ‘ସଞ୍ଜିବନୀ ’ ରଖିଛନ୍ତି ।

ଏହା ଭାରତର ପ୍ରଥମ ବିକଶିତ ମାନୁଆଲ୍ ବୋଲି କୁହାଯାଉଛି । ହୃଦଘାତର ଶିକାର ହୋଇଥିବା ରୋଗୀଙ୍କଠାରେ ଏହି ପଦ୍ଧତି ସେମାନଙ୍କ ବଞ୍ଚିବାର ଆଶା ୩ଗୁଣିତ କରିପାରିବ ବୋଲି କିମ୍ସ ଡାକ୍ତରମାନେ ଦାବି କରିଛନ୍ତି । କିମ୍ସ ଡାକ୍ତରମାନେ ଏହାକୁ ସଞ୍ଜୀବନୀ ଗ୍ୟାଜେଟ୍ ଭାବେ ନାମିତ କରିଛନ୍ତି ।

ଡାକ୍ତରଙ୍କ ମତରେ ହୃତଘାତର ଶିକାର ହେଉଥିବା ପ୍ରାୟ ୮୫ ଭାଗ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତରୁ କମ୍ ଲୋକ ହିଁ ବଞ୍ଚିଥାନ୍ତି । ସାଧାରଣତଃ ହୃତଘାତର ପ୍ରାୟ ୬ ମିନିଟ୍ ପରେ ହୃତପିଣ୍ଡ ଏବଂ ମସ୍ତିଷ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥାଏ । ତେଣୁ ଏହି ସମୟ ମଧ୍ୟରେ ହୃଦଘାତର ଶିକାର ହୋଇଥିବା ବ୍ୟକ୍ତିକୁ (ସିପିଆର) ପ୍ରଣାଳୀ ଦ୍ୱାରା ବଞ୍ଚାଇ ଦିଆଯାଇପାରିବ । ଏହି ସିପିଆର ପଦ୍ଧତି ଠିକ୍ ସମୟରେ ଶୀଘ୍ର ଆରମ୍ଭ ହେଲେ ରୋଗୀର ବଞ୍ଚିବାର ଆଶା ୩ ଗୁଣ ବୃଦ୍ଧି ପାଇଥାଏ ।

ଏହି ଜରୁରୀକାଳୀନ ପରିସ୍ଥିତିରେ ରୋଗୀର ପାଖରେ ଥିବା ପରିବାର ସଦସ୍ୟ, ବନ୍ଧୁ କିମ୍ବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ରୋଗୀକୁ ସିପିଆର ଦେବାକୁ ପଡିବ । ଯେଉଁଥିପାଇଁ ‘ସଞ୍ଜିବନୀ ’ ଗ୍ୟାଜେଟ୍ ଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କାର୍ଡିଆକ ଆନାସ୍ଥେସିଆର ଆସୋସିଏଟ୍ ପ୍ରଫେସର ଡା. ଅଶୋକ କୁମାର ବଡମାଳୀ କହିଛନ୍ତି ।

Get real time updates directly on you device, subscribe now.