fbpx

ସିଇଓଙ୍କ ଠାରୁ କମ ନୁହନ୍ତି ସଲମାନଙ୍କ ବଡିଗାର୍ଡ; ଜାଣନ୍ତୁ କେତେ ତାଙ୍କର ଦରମା

ନୂଆଦିଲ୍ଲୀ: ଅଧିକାଂଶ ସେଲିବ୍ରିଟି ବଡିଗାର୍ଡ ରଖିଥାନ୍ତି ଆଉ ଏହି କାମ ଏତେ ସହଜ ମଧ୍ୟ ନୁହେଁ । ସୁରକ୍ଷା ଦେବାଠାରୁ ଆରମ୍ଭ କରି ସର୍ବସାଧାରଣରେ ସ୍ଥାନରେ ସୁରକ୍ଷା ଦେବା ସହ ଫ୍ୟାନମାନଙ୍କ ଠାରୁ ଦୂରେଇ ରଖିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼େ । ବଡିଗାର୍ଡ କାମ କେବଳ କାମ ନୁହେଁ ବରଂ ଦାୟିତ୍ୱ । ଆଜି ଆମେ କହିବାକୁ ବଲିଉଡର ସବୁଠୁ ଚର୍ଚ୍ଚିତ ବଡିଗାର୍ଡ ଅର୍ଥାତ ସଲମାନ ଖାନଙ୍କ ବଡିଗାର୍ଡ ଶେରାଙ୍କ ବିଷୟରେ ଯିଏକି କୌଣସି ସେଲିବ୍ରିଟିଠାରୁ ମଧ୍ୟ କମ ନୁହଁନ୍ତି । ବିଗତ ୨୭ ବର୍ଷ ଧରି ଶେରା ସଲମାନଙ୍କ ଛାଇ ଭଳି ରହିଆସିଛନ୍ତି ।

ଶେରା ୧୯୮୭ ମସିହାରେ ବଡି ବିଲ୍ଡିଂ ପ୍ରତିଯୋଗିତାରେ ମିଷ୍ଟର ମୁମ୍ବାଇ ଜୁନିୟର ଟାଇଟଲ ହାସଲ କରିଥିଲେ ୧୯୮୮ରେ ମଧ୍ୟ ସେ ମହାରାଷ୍ଟ୍ର ଜୁନିୟର ଟାଇଟଲ ପାଇଥିଲେ । ତେବେ ସଲମାନଙ୍କ ବଡିଗାର୍ଡ ହେବା ପୂର୍ବରୁ ଶେରା ଅନେକ ଅନ୍ତର୍ଜାତୀୟ ସୁପରଷ୍ଟାରଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ବଡିଗାର୍ଡଙ୍କ ଭାବରେ କାର୍ଯ୍ୟ କରିଛନ୍ତି । ମାଇକେଲ ଜାକସନ, ୱିଲ ସ୍ମିଥ୍, ଜ୍ୟାକି ଚାନଙ୍କ ଭଳି ସୁପରଷ୍ଟାରଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ସେ ସୁରକ୍ଷାରେ ରହିଥିଲେ ।

ଏକ ସାକ୍ଷାତକାରରେ ସେ କହିଛନ୍ତି ସେ ସଲମାନଙ୍କୁ ହଲିଉଡ ଗାୟିକା ହ୍ୱିଗଫିଲ୍ଡଙ୍କର ଏକ ସୋରେ ଭେଟିଥିଲେ । ଏହା ପରେ ସେ ହଲିଉଡ କଳାକାର କେନୁ ରିଭ୍ସଙ୍କ ଭାରତ ଗସ୍ତ ସମୟରେ ପୁଣିଥରେ ସଲମାନଙ୍କୁ ଭେଟିଥିଲେ । ଏହା ପରେ ସେ ଚଣ୍ଡୀଗଡ଼ରେ ଏକ ସାଙ୍ଗରେ ସୋ କରିଥିଲେ ଏବଂ ସେ ସେବେଠାରୁ ସଲମାନଙ୍କ ବଡିଗାର୍ଡ ଭାବରେ କାର୍ଯ୍ୟ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଶେରା ପ୍ରତିମାସରେ ୧୫ ଲକ୍ଷ ଟଙ୍କା(ବାର୍ଷିକ ୨ କୋଟି ଟଙ୍କା) ମାସିକ ଦରମା ପାଉଛନ୍ତି । ସେ ସଲମାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ଭାବରେ କାର୍ଯ୍ୟ କରୁଛନ୍ତି । ଯାହା କୌଣସି ସିଇଓଙ୍କ ବାର୍ଷିକ ଦରମା ଠାରୁ ଅଧିକ । ତେବେ ଶେରା କେବଳ ସଲମାନଙ୍କ ବଡିଗାର୍ଡ ନୁହଁନ୍ତି । ତାଙ୍କର ନିଜର ମଧ୍ୟ ଏକ ସିକ୍ୟୁରିଟି ସଂସ୍ଥା ରହିଛି ଟାଇଗର ସିକ୍ୟୁରିଟି । ସୋସିଆଲ ମିଡିଆରେ ତାଙ୍କର ପ୍ରାୟ ୪ ଲକ୍ଷ ଫ୍ୟାନ ମଧ୍ୟ ଅଛନ୍ତି ।

Get real time updates directly on you device, subscribe now.