କୁହାଯାଏ ଯେ ଭଗବାନ ହନୁମାନ ଏପରି ଦେବତା ଯିଏ ଅମର ଅଟନ୍ତି । ହନୁମାନ ତାଙ୍କର ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ଆରାଧନାରେ କଟାଇ ଦେଇଥିଲେ । ତାଙ୍କର ବାଲ୍ୟଲୀଳା ବିଷୟରେ ସମସ୍ତେ ପ୍ରାୟତଃ ଜାଣନ୍ତି । ବର୍ତ୍ତମାନର ଲୋକେ ପ୍ରାୟତ ହନୁମାନଙ୍କ ବିଷୟରେ ପଢିଥିବା ବା ଶୁଣିଥିବେ । ଆମେମାନେ ଏହା ଜାଣିଛନ୍ତି ଯେ ଭଗବାନ ହନୁମାନ ଆଜନ୍ମ ବ୍ରହ୍ମଚାରୀ ଥିଲେ ।
ତେବେ ଆପଣ କୌଣସି ଗ୍ରନ୍ଥରେ ଶୁଣି ନଥିବେ ଯେ, ଭଗବାନ ହନୁମାନ ବିବାହ କରିଥିଲେ । କିନ୍ତୁ ପରାସର ସଂହିତାରେ ହନୁମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା । ଆଜି ଆମେ ଆପନଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ହନୁମାନ ତାଙ୍କ ପତ୍ନୀଙ୍କ ସହିତ ସ୍ଥାପିତ ହୋଇଛନ୍ତି ।
ହନୁମାନଙ୍କ ବିବାହ ବିଷୟରେ ପ୍ରାୟ ଅଳ୍ପ କେତେକ ଲୋକଙ୍କୁ ଜଣାଥିବ । ତେଲେଙ୍ଗାନାର ଖମ୍ମାମ ଜିଲ୍ଲାରେ ଏକ ସ୍ଥାନରେ ହନୁମାନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଏକା ସାଙ୍ଗରେ ପୂଜା କରାଯାଏ । ଏହି ମନ୍ଦିର ବିଷୟରେ କୁହାଯାଏ ଯେ, ଏଠାରେ ସ୍ୱାମୀ ସ୍ତ୍ରୀ ପୂଜା କଲେ ସେମାନଙ୍କର ବୈବାହିକ ଜୀବନ ସବୁବେଳେ ହସଖୁସିରେ ଭରି ଯାଇଥାଏ । ଜୈଷ୍ଠ ସୁଦ୍ଦୁ ଦଶମୀ ଦିନ ଏହି ମନ୍ଦିରରେ ମାତା ସୂର୍ଯ୍ୟବାଳା ଏବଂ ହନୁମାନଙ୍କ ବିବାହ ଉତ୍ସବ ବହୁତ୍ ଧୁମ୍ ଧାମରେ ପାଳନ କରାଯାଏ ।
ପୁରାଣ ଶସ୍ତ୍ରରେ ଆମେ ପଢିଛନ୍ତି ବା ଶୁଣିଛନ୍ତି ଯେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ । ହନୁମାନଙ୍କ ଗୁରୁ ସୂର୍ଯ୍ୟଦେବଙ୍କର ୯ ବିଧି ଥିଲା । ହନୁମାନ ଏହି ସମସ୍ତ ବିଧିର ଜ୍ଞାନ ଜାଣିବାକୁ ଚାହୁଁଥିଲେ । ଏଥି ମଧ୍ୟରୁ ପାଞ୍ଚ ବିଧିକୁ ହନୁମାନ ବିନା ବାଧା ବିଘ୍ନରେ ଶିଖିଯାଇଥିଲେ । କିନ୍ତୁ ବାକି ଚାରି ବିଧିକୁ ଶିଖିବା ଲାଗି ବିବାହ କରିବା ନିହାତି ଜରୁରୀ ଥିଲା । ପ୍ରଥମେ ହନୁମାନ ବିବାହ କରିବାକୁ ମନା କରି ଦେଇଥିଲେ । ପରେ ସୂର୍ଯ୍ୟ ଦେବତା ତାଙ୍କୁ ବୁଝାଇବାରୁ ସେ ବିବାହ କରିବାକୁ ରାଜି ହୋଇଥିଲେ ।
ଏହାପରେ ସୂର୍ଯ୍ୟ ଦେବତା ତାଙ୍କ ଝିଅ ସୂର୍ଯ୍ୟବାଳାଙ୍କ ସହିତ ହନୁମାନଙ୍କୁ ବିବାହ କରିବାକୁ କହିଥିଲେ । ହନୁମାନ ଏହି ପ୍ରସ୍ତାବରେ ରଜି ହୋଇଥିଲେ ମଧ୍ୟ, ବିବାହ ପରେ ସେ ବ୍ରହ୍ମଚାରୀ ରହିବେ । କାରଣ ସେ ପୁଣି ଥରେ ତପସ୍ୟାରେ ଲୀନ ହୋଇଯିବେ । ଏହା ପରେ ହନୁମାନ ସୂର୍ଯ୍ୟବାଳାଙ୍କ ସହିତ ବିବାହ କରିଥିଲେ, ଏବଂ ପୁର୍ଣ୍ଣ ଶିକ୍ଷା ଗ୍ରହଣ କରିଥିଲେ । ଏଥୀ ସହିତ ସେ ବ୍ରହ୍ମଚାରୀ ପାଳନ ମଧ୍ୟ କଲେ । ହନୁମାନଙ୍କ ପରୁି ସୂର୍ଯ୍ୟବାଳା ମଧ୍ୟ ସବୁଦିନ ପାଇଁ ତପସ୍ୟାରେ ଲୀନ ହୋଇଯାଇଥିଲେ । ଏହି ଭଳି ଭାବରେ ହନୁମାନ ବିବାହ କରି ମଧ୍ୟ ଆଜୀବନ ବ୍ରହ୍ମଚାରୀ ରହିଥିଲେ ।