fbpx

ରାଜସ୍ଥାନରେ UCC ବିିଲ୍ ଲାଗୁ ହେବା ନେଇ ଚର୍ଚ୍ଚା, ଜାଣନ୍ତୁ କ’ଣ କହିଛନ୍ତି କ୍ୟାବିନେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା(UCC ) ଲାଗୁ କରାଯାଇଛି । ବିଧାନସଭାରେ ଏହି ବିଲ୍ ଆଗତ ହେବା ପରେ ତାହା ଆଇନରେ ପରିଣତ ହୋଇଯିବ । ତେବେ ରାଜ୍ୟରେ ଲାଗୁ ହେବା ଫଳରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ଶାସିତ ୨ଟି ରାଜ୍ୟରେ UCC ଲାଗୁ କରାଯିବା ନେଇ ଚର୍ଚ୍ଚା ହେଉଛି । ରାଜସ୍ଥାନ ସରକାର ଖୁବ ଶୀଘ୍ର ବିଧାନସଭାରେ UCC ବିଲ୍ ଉପସ୍ଥାପନା କରିବେ ବୋଲି ରାଜସ୍ଥାନର କ୍ୟାବିନେଟ୍ ମନ୍ତ୍ରୀ କହ୍ନୈୟାଲାଲ ଚୌଧୁରୀ ମଙ୍ଗଳବାର ସୂଚନା ଦେଇଥିଲେ । ଏଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯଦି ସମୟ ହୁଏ ତେବେ ଚଳିତ ଅଧିବେଶନ ନଚେତ ଆଗାମୀ ଅଧିବେଶନରେ ଟଉଉ ବିଲ୍ ଆଗତ କରାଯିବ । ସମସ୍ତ ପ୍ରକାର ସାମାଜିକ ଅନ୍ୟାୟର ଅନ୍ତ କରିବା ପାଇଁ ଏହି ବିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ କ୍ୟାବିନେଟ ମନ୍ତ୍ରୀ । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ସମାନ ନାଗରିକ ସଂହିତା ଲାଗୁ କରାଯିବା ନେଇ ବିଚାର କରାଯାଉଛି ।

ରାଜସ୍ଥାନ କ୍ୟାବିନେଟ୍ ମନ୍ତ୍ରୀ ଏକ ବୟାନରେ କହିଛନ୍ତି, ‘ପ୍ରଥମ ରାଜ୍ୟ ଭାବେ ଉତ୍ତରଖଣ୍ଡରେ UCC ଲାଗୁ ହେଲା । ଏଥିପାଇଁ ଅନେକ ଅନେକ ଶୁଭେଚ୍ଛା । ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଲାଇଛୁ । ଗୋଟିଏ ନିୟମ କାର୍ଯ୍ୟକାରୀ ହେବ, ୨ଟି ନିୟମ ଏକା ସହ ଚାଲିପାରିବ ନାହିଁ । ଭାରତରେ ସମାନ ନାଗରିକ ସଂହିତା ଲାଗୁ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ।’ ଏହା ବ୍ୟତୀତ ସେ ହିଜାବ ଉପରେ ନିଜ ମତ ପ୍ରକାଶ କରି କହିଥିଲେ ସମସ୍ତ ସ୍ଥାନରେ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରହିଛି । ଏମିତିରେ ହିଜାବ ଉପରେ ପ୍ରତିବନ୍ଧ ଲଗାଇବା ଉଚିତ ।

Get real time updates directly on you device, subscribe now.