fbpx

ଜାଣନ୍ତୁ କେଉଁ Tax Regime ଆପଣଙ୍କ ପାଇଁ ଲାଭଦାୟକ, ପୁରୁଣା ନା ନୂଆ ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ନ୍ୟୁ Tax Regime ସ୍ଲାବରେ ଅନେକ ପରିବର୍ତ୍ତନ କରିଛନ୍ତି । ଅର୍ଥମନ୍ତ୍ରୀ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ବରଂ ନୂତନ ଟିକସ ବ୍ୟବସ୍ଥାରେ ଛାଡ଼ ସୀମା ବୃଦ୍ଧି କରି ଏହାକୁ ପୂର୍ବ ଅପେକ୍ଷା ଅଧିକ ଲାଭଦାୟକ କରିଛନ୍ତି । ଏହି ଘୋଷଣା ପରେ ବର୍ତ୍ତମାନ କରଦାତାମାନେ କେଉଁ Tax Regime ଚୟନ କରିବେ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ଆପଣ ଯଦି ଜଣେ କରଦାତା ଅଟନ୍ତି ତେବେ ଆସନ୍ତୁ ଏ ବିଷୟରେ ବିସ୍ତୃତ ଭାବେ ଜାଣିବା ।

ଆପଣଙ୍କ ଆୟ କମ୍ ଥିଲେ New Tax Regime ଚୟନ କରନ୍ତୁ

New Tax Regime ଅନ୍ତର୍ଗତ ଷ୍ଟାଣ୍ଡାର୍ଡ଼ ଡିଡକସନକୁ ୫୦ ହଜାରରୁ ୭୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଟିକସ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଯଦି ଆପଣ ଘର ଋଣ ସୁଧ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କୁରୁନାହାଁନ୍ତି କିମ୍ବା ଘର ଭଡ଼ା(HRA) ପାଇଁ ଯୋଗ୍ୟ ନୁହଁନ୍ତି ତେବେ ନୂତନ ସରଳୀକୃତ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଅଧିକ ଲାଭଦାୟକ ହେବ । ଏହି ରିହାତି ବିନା, ପୁରୁଣା ଟିକସ ବ୍ୟବସ୍ଥା ଲାଭଦାୟକ ହୋଇ ନପାରେ ।

ଆପଣଙ୍କ ଆୟ ଅଧିକ ଥିଲେ Old Tax Regime ଚୟନ କରନ୍ତୁ

ଯଦି ଆପଣଙ୍କ ଆୟ ଅଧିକ ତେବେ ପୁରୁଣା ଟିକସ ବ୍ୟବସ୍ଥା ବାଛିବା ଲାଭଦାୟକ ହୋଇପାରେ । ଉଦାହରଣ ସ୍ୱରୂପ ୧୧ ଲକ୍ଷ ଟଙ୍କା ଆୟ ସହ ଜଣେ ବେତନ ପ୍ରାପ୍ତ କର୍ମଚାରୀ ୩, ୯୩, ୭୫୦ ଟଙ୍କାରୁ ଅଧିକ ରିଆତି ଦାବି କରନ୍ତି ତେବେ ସେ ପୁରୁଣା ଟିକସ ବ୍ୟବସ୍ଥାରେ ଅଧିକ ସଞ୍ଚୟ କରିବେ । ଏହି ସ୍ତରର ରିଆତି ପାଇଁ ୧୧ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେତନ ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏହା ଚ୍ୟାଲେଞ୍ଜିଂ ହୋଇପାରେ । କିନ୍ତୁ ଉଭୟ ଦମ୍ପତ୍ତି କର୍ମଜୀବି ଥିଲେ ଅଧିକ ରିଆତି ପାଇବାକୁ ମ୍ୟାନେଜ କରିପାରନ୍ତି । ପୁରୁଣା ଟିକସ ବ୍ୟବସ୍ଥା ସ୍ୱାସ୍ଥ୍ୟ ବୀମା ପ୍ରିମିୟମ, ପିଲାଙ୍କ ବିଦ୍ୟାଳୟ ଫି, ଧାରା ୮୦୦ ଅନୁଯାୟୀ ବିନିଯୋଗ, ଘର ଋଣ ସୁଧ ଏବଂ ଘର ଭଡ଼ା ଉପରେ ଟିକସ ଛାଡ଼ କରିବାକୁ ଅନୁମତି ଦେଇଥାଏ ।

ନୂତନ Tax Regime ଅନ୍ତର୍ଗତ ପ୍ରସ୍ତାବିତ ଟିକସ୍ ଷ୍ଟ୍ରକ୍ଚର

₹ 0-3 ଲକ୍ଷ – 0%

₹ 3-7 ଲକ୍ଷ – 5%

₹ 7-10 ଲକ୍ଷ – 10%

₹ 10-12 ଲକ୍ଷ – 15%

₹ 12-15 ଲକ୍ଷ – 20%

₹ 15 ଲକ୍ଷରୁ ଅଧିକ – 30%

Get real time updates directly on you device, subscribe now.