fbpx

ଯଦି ବଙ୍ଗଳାରେ ନିଆଁ ଲାଗେ, ତେବେ ଜଳିବ ସମଗ୍ର ଉତ୍ତର-ପୂର୍ବାଞ୍ଚଳ; ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ କୋଲକାତା ପ୍ରସଙ୍ଗକୁ ନେଇ ଟିଏମସି ୩୧ ଅଗଷ୍ଟ ୨୦୨୪ରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ବିକ୍ଷୋଭ କରିବ।

ପଶ୍ଚିମବଙ୍ଗ ବନ୍ଦକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ଯେ ଯଦି ସେମାନେ ବଙ୍ଗଳାରେ ନିଆଁ ଲଗାଇବାକୁ ଚେଷ୍ଟା କରନ୍ତି, ତେବେ ସବୁଠି ନିଆଁ ଲାଗିବ। କିଛି ଲୋକ ଏହାକୁ ବାଂଲାଦେଶ ବୋଲି ଭାବୁଛନ୍ତି। ମୁଁ ବାଂଲାଦେଶକୁ ପସନ୍ଦ କରେ, ସେଠାକାର ଲୋକମାନେ ଆମ ଭଳି କଥା ବାର୍ତ୍ତା କରନ୍ତି । ବାଂଲାଦେଶ ଓ ବଙ୍ଗଳାର ସଂସ୍କୃତି ସମାନ, କିନ୍ତୁ ମନେରଖନ୍ତୁ ଯେ ବାଂଲାଦେଶ ଏକ ଅଲଗା ଦେଶ ଏବଂ ଭାରତ ଏକ ଅଲଗା ଦେଶ ।

ମୋଦି ବାବୁ, ଆପଣ ନିଜ ଦଳ ପାଇଁ ନିଆଁ ଲଗାଉଛନ୍ତି ତାହା କରୁଛନ୍ତି। ମନେରଖନ୍ତୁ, ଯଦି ଆପଣ ବଙ୍ଗଳାରେ ନିଆଁ ଲଗାଇବେ, ତେବେ ଆସାମ ମଧ୍ୟ ଚୁପ୍ ବସିବ ନାହିଁ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ମଧ୍ୟ ଅଟକିବେ ନାହିଁ। ନା ଉତ୍ତରପ୍ରଦେଶ, ନା ବିହାର ନା ଓଡ଼ିଶା। ଦିଲ୍ଲୀ ମଧ୍ୟ ଚୁପ୍ ବସିବ ନାହିଁ। ଆପଣଙ୍କ ଚେୟାର ଦୋହଲିଯିବ।”

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଦିଦି, ଆପଣ ଆସାମକୁ ଧମକ ଦେବାର ସାହସ କେମିତି କଲେ? ଆମକୁ ନାଲି ଆଖି ଦେଖାନ୍ତୁ ନାହିଁ। ଏପରିକି ନିଜ ବିଫଳତାର ରାଜନୀତିରେ ଭାରତକୁ ପୋଡ଼ିବାକୁ ଚେଷ୍ଟା କରନ୍ତୁ ନାହିଁ। ବିଭାଜନକାରୀ ଭାଷା କହିବା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ।

Get real time updates directly on you device, subscribe now.