fbpx

କାରରୁ ମିଳିଲା ଏହି କୋରିଆନ ଆକ୍ଟରଙ୍କ ଶବ, ଘରେ ଛାଡ଼ିଥିଲେ ସୁଇସାଇଡ୍ ନୋଟ୍‌

Advertisement

ମୁମ୍ବାଇ: ଦକ୍ଷିଣ କୋରିଆ ଆକ୍ଟର ଲୀ ସନ୍ କ୍ୟୁନ୍‌(Lee Sun Kyun)ଙ୍କ ମୃତ୍ୟୁ ହୋଇଥିବା ନେଇ ମିଡ଼ିଆ ରିପୋର୍ଟରୁ ପ୍ରକାଶ । ଆଜି ସିଓଲର ସେଓଙ୍ଗବୁକ୍ ଜିଲ୍ଲାରେ ଏକ କାରରୁ ତାଙ୍କ ମୃତ ଦେହ ଠାବ କରାଯାଇଥିଲା । ୪୮ ବର୍ଷୀୟ ଲୀ ସନଙ୍କ ଉପରେ ବେଆଇନ୍ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟ ସେବନ କରିବା ଅଭିଯୋଗରେ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା । ସେ ଓସ୍କାର ଆୱାର୍ଡ଼ ପାଇଥିବା ‘ପେରାସାଇଟ୍‌’ରେ ଦମଦାର ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁ
ଖବର ଶୁଣି ପ୍ରଶଂସକମାନଙ୍କୁ ବଡ଼ ଝଟକା ଲାଗିଛି । ତେବେ ଲୀ ସନଙ୍କ ମୃତ୍ୟୁ ପୂର୍ବରୁ ସେ ଘରେ ସୁଇସାଇଡ଼୍ ନୋଟ ଛାଡ଼ିଥିବା କଥା କହିଛନ୍ତି ତାଙ୍କ ପତ୍ନୀ ।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ଅତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା କିନ୍ତୁ ଡ୍ରଗ୍ କେସରେ ଲୀ ସନଙ୍କ ନାମ ସାମିଲ ଥିବାରୁ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.