ମୋଦି, ଜିନପିଙ୍ଗଙ୍କ ସହ ଆଲୋଚନା ପରେ ପୁଟିନଙ୍କ ଚେତାବନୀ ”ୟୁକ୍ରେନକୁ ସୁରକ୍ଷା ଦେଇପାରିବେନି ଆମେରିକୀୟ ସୌନ୍ୟ”
ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ସକ୍ଷମ ନୁହଁନ୍ତି। ନାଟୋ ବିସ୍ତାର ଏବଂ ପାଶ୍ଚାତ୍ୟ ହସ୍ତକ୍ଷେପ ଏହି ସଂଘର୍ଷର ମୂଳ।
ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନମିନେଉନାହିଁ । ଅନେକ ବଡ଼ ବିଶ୍ୱ ନେତା ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ହସ୍ତକ୍ଷେପ କରିଥିଲେ, କିନ୍ତୁ ଏହା ସଫଳ ହୋଇନଥିଲା।
ଏହି ସମୟରେ, ରୁଷରୁ ଏକ ବଡ଼ ବିବୃତ୍ତି ଆସିଛି। ଏହା କହିଛି ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ସକ୍ଷମ ନୁହଁନ୍ତି। କ୍ରେମଲିନ୍ ଶୁକ୍ରବାର (ସେପ୍ଟେମ୍ବର 5) ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।
ଏପି ରିପୋର୍ଟ ଅନୁଯାୟୀ, କ୍ରେମଲିନ୍ କହିଛି ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ସକ୍ଷମ ନୁହଁନ୍ତି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ରୁଷ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, “କିଛି ବିଦେଶୀ, ବିଶେଷକରି ୟୁରୋପୀୟ ଏବଂ ଆମେରିକୀୟ ସାମରିକ ସୈନ୍ୟ ୟୁକ୍ରେନକୁ ସୁରକ୍ଷା ଏବଂ ଗ୍ୟାରେଣ୍ଟି ପ୍ରଦାନ କରିପାରିବେ? ସମ୍ପୂର୍ଣ୍ଣ ନୁହେଁ, ସେମାନେ କରିପାରିବେ ନାହିଁ।”
ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସୁରକ୍ଷା ଏବଂ କୂଟନୈତିକ ପ୍ରୟାସ ବିଷୟରେ କଥା ହେଉଛନ୍ତି, ଯେତେବେଳେ ରୁଷ ନିରନ୍ତର ଦାବି କରିଆସୁଛି ଯେ ନାଟୋ ବିସ୍ତାର ଏବଂ ପାଶ୍ଚାତ୍ୟ ହସ୍ତକ୍ଷେପ ଏହି ସଂଘର୍ଷର ମୂଳ।
ଯୁଦ୍ଧ ବନ୍ଦ ହେଉନାହିଁ
ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ବହୁତ ଦିନ ଧରି ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ପୁଟିନ ଏବଂ ଜେଲେନସ୍କିଙ୍କ ସହ ଏକ ବୈଠକ କରିଥିଲେ, କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଯୁଦ୍ଧ ଯୋଗୁଁ ୟୁକ୍ରେନକୁ ବହୁତ କ୍ଷତି ସହିବାକୁ ପଡିଛି।
ଏହାର ଶହ ଶହ ଲୋକ ମଧ୍ୟ ନିହତ ହୋଇଛନ୍ତି। ୟୁକ୍ରେନ ମଧ୍ୟ ଅନେକ ଥର ରୁଷକୁ ଜବାବ ଦେଇଛି। ଏହା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି।
ସୁରକ୍ଷା ଗ୍ୟାରେଣ୍ଟି
ଏହି ସମୟରେ, ବିଶ୍ୱର ୨୬ଟି ଦେଶ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ସେମାନଙ୍କର ସେନା ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ‘ଫ୍ରାନ୍ସ ୨୪’ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ଆଜି ୨୬ଟି ଦେଶ ୟୁକ୍ରେନକୁ ସମର୍ଥନ କରିବାକୁ କହିଛନ୍ତି।
ଏହା ପ୍ରଥମ ଥର ଯେ ୟୁକ୍ରେନ ପାଇଁ ଠୋସ୍ ପଦକ୍ଷେପ ନିଆଯାଉଛି। ଯେକୌଣସି ପ୍ରକାରର ଆକ୍ରମଣକୁ ରୋକିବା ପାଇଁ ସେନା ମୁତୟନ କରାଯିବ।