fbpx

ଗିରଫ ସମୟରେ ହଠାତ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା ଜେଲ ବଦଳରେ ମେଡିକାଲ ଗଲେ KRK

ମୁମ୍ବାଇ:କମଲ ଆର ଖାନ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ନିଜକୁ ସମାଲୋଚକ ବୋଲି କହୁଥିବା କେଆରକେ KRK ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ପୂର୍ବ ଦିନ ବିମାନବନ୍ଦରରୁ କମଲ ଆର ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା, କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ହଠାତ୍ କେଆରକେ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା।

କେଆରକେ ର ସ୍ୱାସ୍ଥ୍ୟ ଖରାପ ହେଲା: କେଆରକେ ଗିରଫ ହେବା ପରେ ବୋରିଭାଲୀ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗିରଫ ପରେ କମଲ ଆର ଖାନଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବା ପରେ ତାଙ୍କୁ ମୁମ୍ବାଇର ଶତାବ୍ଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କମଲ ଆର ଖାନ ଗିରଫ ହେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ , ଏହି କାରଣରୁ ତାଙ୍କୁ ମୁମ୍ବାଇର ଶତାବ୍ଦୀ ଡାକ୍ତରଖାନାକୁ ନିଆଯାଇଥିଲା।

କେଆରକେ କାହିଁକି ଗିରଫ ହେଲେ : ବାସ୍ତବରେ ମୁମ୍ବାଇର ମାଲାଡ ପୋଲିସ ଷ୍ଟେସନରେ କମଲ ଆର ଖାନଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯାହା ପରେ ତାଙ୍କୁ ପୂର୍ବ ଦିନ ପୋଲିସ ଗିରଫ କରିଥିଲା। କେଆରକେ ବିରୋଧରେ ଯୁବା ସେନା ସଦସ୍ୟ ରାହୁଲ କାନଲ ଅଭିଯୋଗ କରିଛନ୍ତି।ମାମଲା ୨୦୨୦ ର ଯେତେବେଳେ ସେ ଧର୍ମକୁ ନେଇ ଏକ ଟ୍ୱିଟ କରିଥିଲେ ଏବଂ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।କେଆରକେଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୨୯୪, ୫୦୦, ୫୦୧, ୫୦୫, ୬୭/୯୮ ଅନୂଯାୟୀ ଗିରଫ କରାଯାଇଛି ।

Get real time updates directly on you device, subscribe now.