fbpx

KRK ଙ୍କ ଆଶ୍ଚର୍ଯ୍ୟକର ଖୁଲାସା: ୟୁଜର୍ସ କରୁଛନ୍ତି ଟ୍ରୋଲ୍…

ମୁମ୍ବାଇ: କମାଲ ଆର୍ ଖାନ୍ (କେଆରକେ) ବଲିଉଡ ଆକ୍ଟରଙ୍କ ଉପରେ ନିଜର ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହିଆସିଛନ୍ତି । ନିକଟରେ ସେ ନିଜର ପୁରୁଣା ଟ୍ୱିଟ୍ ଏବଂ ଦୁର୍ବ୍ୟବହାର ମାମଲାକୁ ନେଇ ଜେଲରେ ମଧ୍ୟ ରହିଥିଲେ । ଅବଶ୍ୟ ତାଙ୍କୁ ଉଭୟ ମାମଲାରେ ଜାମିନ୍ ମିଳିଛି ।

କିନ୍ତୁ ଜେଲରୁ ବାହାରକୁ ଆସିବା ପରେ ସେ ପୁଣି ଥରେ ଟ୍ୱିଟରରେ ଆକ୍ଟିଭ ହୋଇଛନ୍ତି । କେଆରକେ ମଙ୍ଗଳବାର ଦାବି କରିଛନ୍ତି ଯେ ୧୦ ଦିନ ପର୍ଯ୍ୟନ୍ତ ଜେଲରେ ପାଣି ପିଇ ରହିଥିଲେ । ଏହା ଯୋଗୁଁ ତାଙ୍କର ୧୦ କେଜି ଓଜନ କମିଛି । ଆଉ କେଆରକେଙ୍କର ଏହି ଦାବିକୁ ସୋସିଆଲ ମିଡିଆ ୟୁଜର୍ସ ହଜମ କରିପାରିନାହାଁନ୍ତି, ଆଉ ସେମାନେ କେଆରକେଙ୍କ ଠାରୁ ଏହାର ପ୍ରମାଣ ମାଗିଛନ୍ତି ଏବଂ ମଜାଦାର ଅନ୍ଦାଜରେ କେଆରକେଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.