fbpx

ଦୁନିଆର ମହଙ୍ଗା ପାଣି ବୋତଲ, ପିଇବା ତ ଦୂରର କଥା ଯାହା ଦାମ୍ ଜାଣିଲେ ଉଡିଯିବ ହୋସ୍…

ବଞ୍ଚିବା ପାଇଁ ପାଣି ଖୁବ ଗୁରୁତ୍ୱପୂର୍ଣ୍ଣ । ହେଲେ ଜଣେ ମଣିଷ କେତେ ଦାମୀ ପାଣି ପିଇ ପାରିବ? ଯଦି ପଚରାଯାଏ ଗୋଟିଏ ବୋତଲ ପାଣିର ଦାମ ଅତି ବେଶୀରେ କେତେ ହେବ ? ଏହାର ଉତ୍ତର ପ୍ରାୟତଃ ୨୦ କିମ୍ବା ୫୦ଟଭ୍କା ଭିତରେ ରହିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଦୁନିଆର ମହଙ୍ଗା ପାଣି ବୋତଲ ବିଷୟରେ । ଯାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଦୁନିଆରେ ଏମିତି କିଛି ପାଣି ବୋତଲ କମ୍ପାନୀ ଅଛି, ଯାହା ହଜାର ନୁହେଁ । ବରଂ ଲିଟର ପିଛା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି ।

ତେବେ କିଛି ଦିନ ତଳେ ଇଣ୍ଡିଆନ କ୍ରିକେଟ ଷ୍ଟାର ବିରାଟ କୋହଲି ପିଉଥିବା ପାଣିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ କୋହଲି ପିଉଥିବା ପାଣିର ବ୍ରାଣ୍ଡ ହେଉଛି ଏଭିଏନ୍ । ଯାହାର ଦାମ ଲିଟର ପ୍ରତି ୬ଶହ ଟଙ୍କା । ଏକଥା ଜାଣିବା ପରେ କିଛି ଲୋକ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ଆମେ କହୁଥିବା ପାଣି ବୋତଲର ଦାମ ଏତେ ଅଧିକ ଯେ, ଏହାକୁ କିଣିବା ଓ ପିଇବା ସମସ୍ତଙ୍କ ପାଇଁ ସହଜ ନୁହେଁ । ଆସନ୍ତୁ ଜାଣିବା ଏହି ମହଙ୍ଗା ପାଣି ବୋତଲ ବିଷୟରେ..

ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୋଟୋ ଟି ମୋଡିଗ୍ଲିଏନି- ଏହାର ନାମ ଯେତେ ବଡ, ଦାମ ମଧ୍ୟ ସେତିକି ଅଧିକ । ଏହା ଦୁନିଆର ସବୁଠାରୁ ମହଙ୍ଗା ପାଣି ବୋଲି ଜଣାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହି ବୋତଲଟି ସୁନା ଏବଂ ଅନେକ ମୁଲ୍ୟବାନ ଧାତୁରେ ପ୍ରସ୍ତୁତ ହୋଇଥାଏ । ଆଉ ଏହାର ପାଣିରେ ୫ ଗ୍ରାମର ତରଳ ସୁନା ମଧ୍ୟ ରହିଥାଏ । ତେଣୁ ଏହାର ଦାମ ସବୁଠୁ ଅଧିକ ହୋଇଥାଏ । ଧନୀ ଲୋକ ଏହି ପାଣି ପିଇ ସାରିବା ପରେ ଏହାର ବୋତଲକୁ ସୋ-କେସରେ ସଜାଇ ରଖନ୍ତି । ତେବେ ଏହି ପାଣି ପିଇବାକୁ ହେଲେ, ୭୫୦ ଏମଏଲ ପାଣି ବୋତଲ ପାଇଁ ୬୦ହଜାର ଡଲାର ଦେବାକୁ ହେବ ଯାହାର ଭାରତୀୟ ମୂଲ୍ୟ ୩୮ଲକ୍ଷ ୧୭ ହଜାର ଟଙ୍କା ଦେବାକୁ ହେବ ।

କୋନା ନିଗାରି ୱାଟର- ଏହା ଏକ ଜାପାନୀ ବ୍ରାଣ୍ଡ । କୁହାଯାଏ ଏହି ପାଣି ପିଇବାଦ୍ୱାରା ଓଜନ କମ୍ ହୋଇଥାଏ । ଏହି ପାଣିକୁ ହବାଇ ନାମକ ସ୍ଥାନରୁ ସମୁଦ୍ର ବହୁତଳ ଗର୍ଭରୁ ଅଣାଯାଏ । ପରେ ଏହାକୁ ବିଶୋଧିତ କରି ଅନେକ ମିନେରାଲ୍ସ ସହ ପ୍ରସ୍ତୁତ କରାଯାଏ । ଯେଉଁଥିରେ ଅନେକ ପରିଶ୍ରମ କରିବାକୁ ପଡେ । ତେଣୁ ୭୫୦ ଏମଏଲ ବୋତଲର ଦାମ ହେଉଛି ୪୦୨ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨୬ ହଜାର ଟଙ୍କା ।

ଫିଲକୋ ୱାଟର– ଏହା ମଧ୍ୟ ଏକ ଜାପାନୀ ବ୍ରାଣ୍ଡର ପାଣି ବୋତଲ । ଯାହାର ବୋତଲ ଡିଜାଇନ ଏକଦମ ସାହି ଖାନଦାନ ପରି ହୋଇଥାଏ । ଏହି ବୋତଲର ଠିପି ସାଧରଣ ବୋତଲ ପରି ହୋଇନଥାଏ । ଏହା ମୂଲ୍ୟବାନ ଧାତୁରେ ନିର୍ମିତ ହେବା ସହ ରାଜା-ରାଣୀଙ୍କ ମୁକୁଟ ପରି ହୋଇଥାଏ । ଯାହା ଦେଖିବାକୁ ଖୁବ ଷ୍ଟାଇଲିସ । ଏହାର ୭୫୦ମି.ଲି ପାଣିର ଦାମ୍ ୨୧୯ ଡଲାର-ଭାରତୀୟ ମୂଦ୍ରାରେ ୧୪ ହଜାର ୧୨୫ଟଙ୍କା ଅଟେ ।

 

Get real time updates directly on you device, subscribe now.