fbpx

୧୫ ସେପ୍ଟେମ୍ବରରେ ଅସ୍ତ ହୋଇଯିବେ ଶୁକ୍ର: ୪ ରାଶିର ଲୋକଙ୍କ ପାଇଁ ବଢ଼ିଯିବ ଚିନ୍ତା!

ଗ୍ରହ ଗୋଚର ଦୃଷ୍ଟିରୁ ଏହି ସପ୍ତାହ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି । ଚଳିତ ସପ୍ତାହରେ ୨ଟି ବଡ଼ ଗ୍ରହର ଅଦଳବଦଳ ହେବାକୁ ଯାଉଛି । ୧୭ ସେପ୍ଟେମ୍ବରରେ ସୂର୍ଯ୍ୟ ସିଂହରୁ କନ୍ୟା ରାଶିରେ ପ୍ରବେଶ କରିବେ । କିନ୍ତୁ ଏହା ପୂର୍ବରୁ ୧୫ ସେପ୍ଟେମ୍ବରରେ ସୁଖ-ସମୃଦ୍ଧର କାରକ ଶୁକ୍ର ସିଂହ ରାଶିରେ ଅସ୍ତ ହୋଇଯିବେ । ଜ୍ୟୋତିଷଙ୍କ ମତରେ ଶୁକ୍ର ଗ୍ରହ ୧୫ ସେପ୍ଟେମ୍ବର ଦିନ ଗୁରୁବାର ଦ୍ୱିପହର ୨ଟା ୨୯ ମିନିଟରେ ଅସ୍ତ ହୋଇଯିବେ । ଏହା ପରେ ଶୁକ୍ରଙ୍କ ଉଦୟ ୨ ଅକ୍ଟୋବରରେ ହେବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବ କେଉଁ ରାଶି ଉପରେ ପଡିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେବେ କୌଣସି ଗ୍ରହ ସୂର୍ଯ୍ୟଙ୍କ ନିକଟତର ହୁଏ, ତେବେ ଗ୍ରହମାନଙ୍କ ରାଜା ତାଙ୍କୁ ଅସ୍ତ କରିଦିଅନ୍ତି । ଏହିପରି ଭାବେ ୧୫ ସେପ୍ଟେମ୍ବରରେ ସୂର୍ଯ୍ୟଙ୍କ ନିକଟତର ହେବାକୁ ଯାଉଥିବା ଶୁଗ୍ର ଗ୍ରହ ଅସ୍ତ ହୋଇଯିବେ । ଏପରି କୁହାଯାଏ କି, କୌଣସି ଗ୍ରହ ଅସ୍ତ ହେଲେ ଏହାର କାରକ କମିବାରେ ଲାଗିଥାଏ । ଅର୍ଥାତ୍ ଗ୍ରହର ଶକ୍ତି ଦୁର୍ବଳ ହୋଇଯାଏ ଓ ଲୋକମାନଙ୍କୁ ଏହାର ଶୁଭ ଫଳ ମିଳିନଥାଏ । ଏଥିପାଇଁ ଶୁକ୍ର ଅସ୍ତ ହେବାରୁ କିଛି ଲୋକ ସୁଖ-ସମୃଦ୍ଧିରୁ ବଞ୍ଚିତ ହେବେ ।

କେଉଁ ରାଶି ଉପରେ ପଡ଼ିବ ପ୍ରଭାବ ?
ଶୁକ୍ରଙ୍କ ଅସ୍ତ ହେବା ମାତ୍ରେ ୪ ରାଶିର ଲୋକଙ୍କୁ ସାବଧାନ ରହିବାର ପରାମର୍ଶ ଦିଆଯାଇଛି । ୧୫ ସେପ୍ଟେମ୍ବରରେ ଶୁକ୍ରଙ୍କ ଅସ୍ତ ହେବା ପରେ ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ଲୋକଙ୍କୁ ଟିକେ ସତର୍କ ଅବଲମ୍ବନ କରିବାକୁ ପଡିବ । ଏହି ରାଶିର ଲୋକମାନଙ୍କ କାମରେ ବାଧା ଆସିପାରେ । ହେବାକୁ ଥିବା କାମ ବିଗିଡ଼ିପାରେ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି ।

ଏହା ସହିତ ଆଉ କିଛି ରାଶି ଉପରେ ଶୁକ୍ରଙ୍କ ଅସ୍ତ ହେବାର କୌଣସି ପ୍ରଭାବ ପଡ଼ିବ ନାହିଁ । ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମୀନ ରାଶିର ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ରାଶି ଉପରେ ଅସ୍ତ ଶୁକ୍ରଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ ।

Get real time updates directly on you device, subscribe now.