fbpx

ଶେଷ ହେବାକୁ ଯାଉଛି ୪ ବର୍ଷର ପୁରୁଣା ବିବାଦ? ଲଦାଖକୁ ନେଇ ‘ଡ୍ରାଗନ୍’ ରଖିଲା ଉତ୍ତର

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ଅନ୍ତ ଘଟାଇବା ଏବଂ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ କିଛି ସହମତି ରେ ପହଞ୍ଚିବା ପାଇଁ ଉଭୟ ପକ୍ଷପାଇଁ ଗ୍ରହଣୀୟ ସମାଧାନ ତଥା ମତଭେଦକୁ ହ୍ରାସ କରିବା ପାଇଁ ଯୋଗାଯୋଗ ଜାରି ରଖିବାକୁ ଚୀନ୍ ଏବଂ ଭାରତ ରାଜି ହୋଇଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଝାଙ୍ଗ ଜିଆଓଗାଙ୍ଗ୍ କହିଛନ୍ତି ଯେ ଦୁଇ ନେତାଙ୍କ ମାର୍ଗଦର୍ଶନରେ ଚୀନ୍ ଏବଂ ଭାରତ ପରସ୍ପର ସହ ସଦ୍ୟତମ ଦ୍ୱିପାକ୍ଷିକ ଏବଂ ସାମରିକ ଚ୍ୟାନେଲ୍ ମାଧ୍ୟମରେ ଯୋଗାଯୋଗ ବଜାୟ ରଖିଛନ୍ତି।

ଏଥିରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ସୀମା ପରାମର୍ଶଦାତାଙ୍କ ମାଧ୍ୟମରେ ପରାମର୍ଶ ଅନ୍ତର୍ଭୁକ୍ତ। ଏହି ଆଲୋଚନା ମାଧ୍ୟମରେ ଉଭୟ ଚୀନ୍ ଏବଂ ଭାରତ ନିଜର ମତଭେଦକୁ ହ୍ରାସ କରିବା ରେ ସକ୍ଷମ ହୋଇଛନ୍ତି ଏବଂ ପରସ୍ପରର ବୈଧ ଚିନ୍ତାକୁ ସମର୍ଥନ କରିବା ପାଇଁ ଆଲୋଚନାକୁ ସୁଦୃଢ଼ କରିବା ସହ କିଛି ସହମତିରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ବୋଲି ଝାଙ୍ଗ କହିଛନ୍ତି। ଅବଶିଷ୍ଟ ସଂଘର୍ଷ ସ୍ଥଳ ବିଶେଷ କରି ଡେମ୍ଚୋକ୍ ଏବଂ ଡେପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଏହି ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକ ଏବଂ ନିକଟରେ ଋଷରେ ବ୍ରିକ୍ସ ବୈଠକ ଅବସରରେ ୱାଙ୍ଗ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ହୋଇଥିବା ବୈଠକ ବିଷୟରେ ଜାଙ୍ଗ ଉଲ୍ଲେଖ କରିଛନ୍ତି।

Get real time updates directly on you device, subscribe now.