(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ଭେଁ-ଭେଁ ହୋଇ କାନ୍ଦିଲେ ମହିଳା, ମଥା ଉପରେ ହାତ ରଖି ଏପରି ଆର୍ଶୀବାଦ ଦେଲେ PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବିହାରରେ ତିନୋଟି ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ହାଜୀପୁର ଏବଂ ମୁଜଫରପୁରରେ ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ସାରଣ ପହଁଚିଥିଲେ । ଏହି ସମୟରେ ହେଲିପ୍ୟାଡରେ ଏକ ଭାବବିହ୍ୱଳ ଘଟଣା ଘଟିବା ଦେଖିବାକୁ ମିଳିଛି । ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ଖୁସି ହୋଇ କାନ୍ଦିବାକୁ ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟରରେ ସାରଣ ଆସିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ଆସିଥିଲେ । ପ୍ରଧାନମନ୍ତ୍ରୀ ଯେପରି ହେଲିକପ୍ଟରରୁ ଓହ୍ଲାଇଥିଲେ ବାହାରେ ଥିବା ଲୋକେ ବନ୍ଦେ ମାତାରମ ଏବଂ ଜୟ ଶ୍ରୀରାମର ସ୍ଲୋଗାନ ଦେଇଥିଲା । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ହାତ ଯୋଡି ପ୍ରଣାମ କରିଥିଲେ । ଏହାପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଆସିଥିବା ଲୋକଙ୍କ ଆଡକୁ ବଢିଲେ । ଏହି ସମୟରେ ଜଣେ ମହିଳା ଯେପରି ପିଏମ ନରେନ୍ଦ୍ର ମୋଦୀଙ୍କୁ ଦେଖିଛନ୍ତି, ଖୁବ ଜୋରରେ କାନ୍ଦିବାକୁ ଆରମ୍ଭ କରିଦେଇଛନ୍ତି । ସେ ହାତ ଯୋଡିଥିଲେ ଏବଂ ଗୋଟିଏ କଥା କହୁଥିଲେ, ଆଜି ମୋ ସ୍ୱପ୍ନ ପୂରା ହୋଇଯାଇଛି । ପ୍ରଧାନମନ୍ତ୍ରୀ ହାତ ଯୋଡି ସେହି ମହିଳାଙ୍କ ପାଖରେ ପହଁଚିଛନ୍ତି । ଏହାର କିଛି ଖଚ୍ଚପରେ ସେ ତାଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ କରିଛନ୍ତି ।

Get real time updates directly on you device, subscribe now.