fbpx

ଲାରା ଦତ୍ତଙ୍କୁ କରୋନା; ଅଭିତ୍ରେନୀଙ୍କ ଘରକୁ ସିଲ୍ କଲା ବିଏମସି

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣିଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମାୟା ନଗରୀ ମୁମ୍ବାଇରେ ପ୍ରତିଦିନ କରୋନା ମାମଲା ବଢ଼ିବାରେ ଲାଗିଛି । ଦୁନିଆରେ ସାମ୍ନାକୁ ଆସୁଥିବା କରୋନାର ଚତୁର୍ଥ ଲହରର ଖବର ପୁଣିଥରେ ଲୋକଙ୍କୁ ଚିନ୍ତାରେ ପକାଇଛି । ଏହାରି ମଧ୍ୟରେ ବଲିଉଡ ଜଗତରୁ ପୁଣି ଏକ କରୋନା ମାମଲା ସାମ୍ନାକୁ ଆସିଛି । ବଲିଉଡ ଅଭିନେତ୍ରୀ ଲାରା ଦତ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଲାରା ଦତ୍ତ କରୋନା ପଜିଟିଭ ହେବା ପରେ ତାଙ୍କ ଘରକୁ ସିଲ୍ କରିଛନ୍ତି ବିଏମସି କର୍ମଚାରୀ ।ଘରକୁ ସିଲ୍ କରିବା ସହ ତାଙ୍କ ଘର ବାହାରେ କଣ୍ଟେନମେଣ୍ଟ ଜୋନର ବୋର୍ଡ ଲଗାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ପଜିଟିଭ ହେବା ନେଇ କୌଣସି ସୂଚନା ଦେଇନାହାନ୍ତିି ଲାରା । ମୁମ୍ବାଇରେ କାଲି ଅର୍ଥାତ୍ ଶୁକ୍ରବାର ଦିନ ୩୮ ମାମଲା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.