fbpx

ଚଳିତମାସର ଏହି ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ, ଡି‌ସେମ୍ବର ୧୪ରେ ହେବାକୁ ଯାଉଛି । ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡି‌ସେମ୍ବର ୧୪ରେ ହେବାକୁ ଯାଉଥିବା ଦ୍ବିତୀୟ ସୂର୍ଯ୍ୟ ପରାଗଟି ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ। ଏହା ଚିଲେ ଏବଂ ଆର୍ଜେଣ୍ଟିନାର କିଛି ଭାଗରେ ଦୃଶ୍ୟମାନ ହେବ। ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଚନ୍ଦ୍ରର ଛାଇ ଦ୍ୱାରା ଆଚ୍ଛାଦିତ ହେବ |

ସୂଚନା ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ, ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦୃଶ୍ୟମାନ ହେବ ଏବଂ ଆଣ୍ଟ୍ରାଟିକାରେ ଆଂଶିକ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଡିସେମ୍ବର ୧୪ରେ ସୂର୍ଯ୍ୟ ପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବା ସହ ଡିସେମ୍ବର ୧୫ର ପୂର୍ବାହ୍ନ ୧୨.୨୩ରେ ଶେଷ ହେବ। ସର୍ବାଧିକ ସୂର୍ଯ୍ୟ ପରାଗ ରାତି ୯.୪୩ରେ ହେବ ବୋଲି ଆଶା କରାଯାଉଛି। ତେବେ ଭାରତରେ ଦିନ ସମୟରେ ସୂର୍ଯ୍ୟ ପରାଗ ହେବ ନାହିଁ ବୋଲି ଜଣାପଡିଛି ।

Get real time updates directly on you device, subscribe now.