fbpx

ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ; ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚନ୍ଦ୍ରବାବୁ ନାଇଡୁ

Advertisement

ଅମରାବତୀ: ତେଲୁଗୁ ଦେଶମ ପାର୍ଟି ର ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶରେ ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହୋଇଥିଲା ।

ମଙ୍ଗଳବାର ଏନଡିଏ ବିଧାୟକ ଦଳ ବୈଠକରେ ଜନସେନା ପାର୍ଟିର ପବନ କଲ୍ୟାଣ ଚନ୍ଦ୍ରବାବୁ ନାଇଡୁଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ।  “ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପି, ଜନସେନା ଏବଂ ଟିଡିପିର ସମସ୍ତ ବିଧାୟକ ମୋ ନାମ ପାଇଁ ରାଜି ହୋଇଛନ୍ତି ।”

ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶରେ ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ଟିଡିପି ୧୩୫ଟି ଆସନରେ ବିଜୟୀ ହୋଇଛି । ଟିଡିପିର ସହଯୋଗୀ ଜନସେନା ୨୧ ଟି ଆସନ ଜିତିବାରେ ସକ୍ଷମ ହୋଇଥିବା ବେଳେ ବିଜେପି ୮ ଟି ଆସନ ଜିତିବାରେ ସଫଳ ହୋଇଥିଲା । ୱାଇଏସଆରସିପି ମାତ୍ର ୧୧ଟି ଆସନରେ ବିଜୟୀ ହୋଇଛି ।

Get real time updates directly on you device, subscribe now.