fbpx

ମତଦାନ ପୂର୍ବରୁ ଚାକିରିଆଙ୍କୁ ରାଜ୍ୟ ସରକାରଙ୍କ ଭେଟି: ମିଳିବ ଛୁଟି

Advertisement

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ବାହାରେ ଚାକିରି କରୁତିବା ଭୋଟର ମାନଙ୍କୁ ଛୁଟି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନରେ ମତ ଦାନ ପାଇଁ ଚାକିରିଆଙ୍କୁ ଦିଆଯିବ ଛୁଟି । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମତଦାନ ପାଇଁ ଛୁଟି ପ୍ରଦାନ କରାଯିବ । ଚାକିରିଆ ଆବେଦନ କଲେ ତିନିଦିନ ପର୍ଯ୍ୟନ୍ତ ସ୍ପେଶାଲ କାଜୁଆଲ ଲିଭ ଦେବା ପାଇଁ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମତଦାନର ପୂର୍ବ ଦିନ, ମତ ଦାନ ଦିନ ଏବଂ ମତଦାନର ପର ଦିନକୁ ମିଶାଇ ତିନି ଦିନ ଛୁଟି ନେଇ ପାରିବେ । ଏ ନେି ସମସ୍ତ ସଚିବ, ଜଊଉ ଏବଂ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ ।

Get real time updates directly on you device, subscribe now.