fbpx

ବସି ବସି ଗୋଡ ହଲାଇବା ରୋଗର ସଙ୍କେତ, ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଏ ଏହି ସମସ୍ୟା

Advertisement

ନୂଆଦିଲ୍ଲୀ: ବେଳେ ବେଳେ କାର୍ଯ୍ୟ କରିବାବେଳେ ସେଥିରେ ମନ ଲଗାଇବା ପାଇଁ ଆମେ ଏପରି କିଛି କରିଥାଉ ଯାହା ଦ୍ୱାରା ଆମର ଧ୍ୟାନ ସେହି କାର୍ଯ୍ୟରେ ରହିଥାଏ । କିଛି ଲୋକ ସେମାନଙ୍କର ମନ ସ୍ଥିର କରିବା ପାଇଁ ପାଦ ହଲାଇଥାନ୍ତି । କିନ୍ତୁ ଏହା ରୋଗର ସଙ୍କେତ ହୋଇଥାଏ ।

  • ବସି ବସି ଗୋଡ ହଲାଇବା ଚିନ୍ତାର ସଙ୍କେତ : ବସି ବସି ଗୋଡ ହଲାଇବା ରେଷ୍ଟ ଲେସ୍‌ ଲେଗ୍ସ ସିଣ୍ଡ୍ରୋମ ହୋଇପାରେ, ଯାହା ୧୦ ପ୍ରତିଶତ ଲୋକଙ୍କ ଭିତରେ ଦେଖାଯାଏ । ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ସ୍ନାୟୁ ପ୍ରଣାଳୀ ସହିତ ଜଡିତ । ଏହି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଏ ।
  • ରେଷ୍ଟ ଲେସ୍‌ ଲେଗ୍ସ ସିଣ୍ଡ୍ରୋମ କ’ଣ: ଏହା ଏକ ଏପରି ସ୍ଥିତି ଯେଉଁଥିରେ ବ୍ୟକ୍ତି ବସିବା ଏବଂ ଶୋଇବା ସମୟରେ ହଠାତ୍‌ ଯନ୍ତ୍ରଣା ଅନୁଭବ କରନ୍ତି । ଯେତେବେଳେ ଗୋଡ ହଲାନ୍ତି, ଏହି ଯନ୍ତ୍ରଣା କମିବା ଆରମ୍ଭ କରେ । ଯେତେବେଳେ ଏହା ବାରମ୍ବାର ଘଟେ, ଏହାକୁ ରେଷ୍ଟ ଲେସ୍‌ ଲେଗ୍ସ ସିଣ୍ଡ୍ରୋମ କୁହାଯାଏ । ଆଇରନ୍‌ ଅଭାବ ହେତୁ ଏହି ସମସ୍ୟା ମଧ୍ୟ ହୋଇପାରେ ।
  • ଜେନେଟିକ୍‌ ହୋଇପାରେ ଏହାର କାରଣ : ଏହି ସିଣ୍ଡ୍ରୋମର ପ୍ରକୃତ କାରଣ କହିବା କଷ୍ଟକର, କିନ୍ତୁ ବେଳେବେଳେ ଏହା ଜେନେଟିକ୍‌ ମଧ୍ୟ ହୋଇପାରେ । ଅନେକ ସମୟରେ ମା କିମ୍ବା ବାପାଙ୍କ ଘରେ ଏହି ସମସ୍ୟା ଥାଏ, ଯାହା ପିଲାମାନଙ୍କଠାରେ ହେବାର ସମ୍ଭାବନା ଥାଏ ।
  • କିପରି କରିବେ ଚିକିତ୍ସା : ଏହି ସିଣ୍ଡ୍ରୋମକୁ ଭଲ କରିବା ପାଇଁ ଫିଜିଓଥେରାପି ଚିକିତ୍ସା ନିଆଯାଇପାରେ । ଏହା ବ୍ୟତୀତ, ଏହି ସିଣ୍ଡ୍ରୋମକୁ ମାଂସପେଶୀକୁ ଷ୍ଟେଚିଙ୍ଗ କରି ମଧ୍ୟ ଆରୋଗ୍ୟ କରାଯାଇପାରେ ।

Get real time updates directly on you device, subscribe now.