ମେରଠର ଏହି ବ୍ୟକ୍ତିଙ୍କ ପଛରେ ପଡ଼ିଗଲା ଚିତା ବାଘ: ଭୟରେ କଲେ ଏମିତି…

ଉତ୍ତର ପ୍ରଦେଶ ମେରଠରେ ଏକ ଚିତାବାଘକୁ ନେଇ ଭୟର ବାତାବରଣ ଖେଳିଯାଇଥିଲା । ଶୁକ୍ରବାର ସକାଳେ ଏହି ଚିତାବାଘଟି ମେରଠ ପଲ୍ଲବପୁରମର କ୍ୟୁ ପକେଟ କଲୋନୀର ଗୋଟିଏ ଘରେ ପ୍ରବେଶ କରିଥିଲା । ଯାହାକୁ ନେଇ ପରିବାରରେ ଭୟରେ ହୋହାଲ୍ଲା କରିଥିଲେ ଏବଂ ସେଠାରେ ଭିଡ଼ ଏକାଠି ହୋଇଥିଲା । ଏହାପରେ ପୋଲିସ ଏବଂ ବନବିଭାଗକୁ ଖବର ଦିଆଯାଇଥିଲା ଏବଂ ସେମାନେ ପହଞ୍ଚିବା ପରେ ଚିତବାଘକୁ ଧରିବା ପାଇଁ ଜାଲ ବିଛାଇଥିଲେ ଏବଂ ଚିତାବଘଟି ଜାଲରେ ପଡ଼ିଥିଲା ମଧ୍ୟ କିନ୍ତୁ ସେ ଜାଲରୁ ବାହରି ଦୌଡ଼ିବାକୁ ଲାଗିଥିଲା ପ୍ରାୟ ୪୦୦ ମିଟର ସେ ଦୌଡ଼ିବା ପରେ ଏକ ବୁଦା ମୂଳରେ ଲୁଚିଯାଇଥିଲା ।

ଏହାରି ମଧ୍ୟରେ ଗୌରବ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ କିଛି ଏମିତି ଘଟିଥିଲା ଯାହାକୁ ସେ କେବେବି ଭୁଲିପାରିବେ ନାହିଁ । ଗୌରବ ନା କେବଳ ସେହି ଚିତାବାଘକୁ ଦେଖିନଥିଲେ ବରଂ ତା ସହ ଏକ ପ୍ରକାର ରେସ ମଧ୍ୟ କରିଥିଲେ । ଆଉ ସେହ ଭୟଙ୍କର ଘଟଣାକୁ ସେ କେବେ ଭୁଳିପାରିବେ ନାହିଁ ।

ଗୌରବ କହିଛନ୍ତି ଚିତାବାଘ ଯେଉଁଭଳି ତାଙ୍କର ପିଛା କରିଥିଲା ତାହାକୁ ଦେଖି ସେ ଡରିଯାଇଥିଲେ ଏବଂ ଭୟରେ ଦୌଡ଼ିବାକୁ ଲାଗିଥିଲେ । ସେ କହିଛନ୍ତି ଏତେ ନିକଟରୁ ଚିତାବାଘକୁ ଦେଖି ଭୟରେ ଥରିଯାଇଥିଲେ । ଗୌରବ କହିଛନ୍ତି ସେ ପ୍ରଥମେ ଚେଷ୍ଟା କରିଥିଲେ କାର ଭିତରେ ପଶିବାକୁ ମାତ୍ର ଏମିତି ହୋଇନଥିଲା ଆଉ ସେ କାର ପଛପଟକୁ ଚାଲିଯାଇଥିଲେ । ଏହାରି ମଧ୍ୟରେ ଚିତାବାଘ ସିଧା ପଳାଇଯାଇଥିଲା । ସେ କହିଛନ୍ତି ସେହି ଘଟଣା ପ୍ରକୃତରେ ଭୟଙ୍କର ।

ତେବେ ପ୍ରାୟ ୯ ଘଣ୍ଟା ପରେ ଧରାପଡ଼ିଥିଲା ଏହି ଚିତାବାଘଟି ଯାହାପରେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି ପଲ୍ଲବପୁରମର କ୍ୟୁ ପକେଟ କଲୋନୀର ବାସିନ୍ଦା ।