fbpx

ଏଥର ଫିକା ଫିକା ଦୁର୍ଗା ପୂଜା, ଏହି ବିଷୟ ଉପରେ ଲାଗିଲା କଟକଣା

lesor light and fire gun are completely ban in cuttack durga puja

କଟକ: ଦୂର୍ଗା ପୂଜା ପାଖେଇ ଆସୁଥିବା ବେଳେ ଏନେଇ ନୂଆ ନୂଆ ଅପଡେଟ ସାମ୍ନାକୁ ଆସୁଛି । କେତେକ ବିଷୟ ଉପରେ କଟକଣା ଲାଗୁ କରାଯାଇଛି  ।  ପୂଜା ପାଖେଇ ଆସୁଥିବା ବେଳେ ଗାଇଡଲାଇନ ଜାରି କରାଯାଇଛି । ତେବେ ମାଆଙ୍କ ଭସାଣି ଉତ୍ସବ ଏବଂ ପୂଜା ସମୟରେ ଲେଜର ଲାଇଟ ଏବଂ ଫାୟାର ଗନକୁ ବାରଣ କରାଯାଇଛି । ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ । ନିଶାମୁକ୍ତ ଭସାଣି ଏବଂ ଡିଜେ ମୁକ୍ତ ରୋଷଣି ଉପରେ ଗୁରୁତ୍ବ ଦିଆଯାଇଛି । ଶାନ୍ତି ବୈଠକ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବୈଠକରେ କଟକ ଜିଲ୍ଲାପାଳ, ମେୟର, ବିଧାୟକ ଏବଂ କମିଟି ସଦସ୍ୟ ସାମିଲ ରହିଥିଲେ । ତେବେ ଲେଜକ ଲାଇଟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବା କାରଣରୁ ଏହି କଟକଣା ଲଗାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ପୂର୍ବରୁ ଡିଜେ ଉପରେ କଟକଣା ଜାରି କରାଯାଇଥିଲା ।

Get real time updates directly on you device, subscribe now.