fbpx

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରା ପଡ଼ିଲା ମହଙ୍ଗା: ସ୍ୱାମୀଙ୍କ ପଛେପଛେ ମରଣ ପାଖକୁ ଚାଲିଗଲେ ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୀତି ନେଇଗଲା ଦୁଇ ଦୁଇଟି ଜୀବନ । ନିର୍ବାଚନରେ ପରାଜିତ ହେବା ଯୋଗୁଁ ଉଜୁଡ଼ିଗଲା ସଂସାର । ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାକୁ ସହ୍ୟ କରିନପାରି ପୂର୍ବରୁ ସ୍ୱାମୀ ଆତ୍ମ୍ୟା କରିଥିଲେ । ଆଉ ଏବେ ଚିକିତ୍ସିତ ଅବସ୍ଥାରେ ପତ୍ନୀ ଆଖି ବୁଜିଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ଏହି ଦୁଃଖଦ କାହାଣୀ ଆଜି ସମସ୍ତଙ୍କର ଆଖିକୁ ଓଦା କରିଦେଇଛି । ଗୋଟିଏ ପଟେ ସ୍ୱାମୀଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ସ୍ତ୍ରୀଙ୍କର ଜୁଇ ଜଳିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ରମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ସୁମତି ପରିଡ଼ା ସମିତି ସଭ୍ୟା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତେବେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା ସମୟରେ ରମାକାନ୍ତଙ୍କୁ ଟାହିଟାପରା କରିଥିଲେ । ଏହାକୁ ସହ୍ୟ କରିନପାରି ରମାକାନ୍ତ ନିର୍ବାଚନରେ କାହିଁକି ଛିଡ଼ା ହେଉଥିଲେ ବୋଲି ସୁମତିଙ୍କୁ ଗାଳି ଦେଇଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ଓ ଏଥିରେ କ୍ରୋଧାନ୍ୱିତ ହୋଇ ସୁମତି ବିଷପାନ କରିଦେଇଥିଲେ । ଏହାପରେ ରମାକାନ୍ତ ମଧ୍ୟ ଫାଶୀ ଲଗାଇ ଦେଇଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସୁମତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

Get real time updates directly on you device, subscribe now.