fbpx

ଆସୁଛନ୍ତି ରାଧେ ରାଧେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଜନ୍ମ ସମୟରେ ଥିବା ଦୁର୍ଲ୍ଲଭ ଯୋଗରେ ଚଳିତବର୍ଷ ପାଳିତ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ମହାପର୍ବ ସହ ଜଡିତ ବିଶେଷ ବାର୍ତ୍ତା…

ଓଡିଶା ଭାସ୍କର: କାହ୍ନା ଆସୁଛି । ବଇଁଶୀ ବାଜିବ । ନୂପୁର ରୁଣୁଝୁଣୁ ହେବ । ତାହା ସାଙ୍ଗକୁ ଦହି ହାଣ୍ଡିରୁ ଦହି ଚୋରି ହେବ । ରାଧେ ରାଧେ ଶବ୍ଦରେ ଆକାଶ ବି ଗୁଞ୍ଜରିତ ହେବ । ସାରା ଭାରତବର୍ଷ ଜନ୍ମାଷ୍ଟମୀକୁ ନେଇ ଧୂମରେ ରହିବ । ହିନ୍ଦୁଧର୍ମର ସ୍ୱତନ୍ତ୍ର ଓ ପବିତ୍ରତାର ପର୍ବ ଜନ୍ମାଷ୍ଟମୀ । ପ୍ରତିବର୍ଷ ଭାଦ୍ରବ କୃଷ୍ଣ ଅଷ୍ଟମୀରେ ପାଳିତ ହୁଏ ରଣଛୋଡ କାହ୍ନାଙ୍କ ଏହି ମହାନପର୍ବ ।

ମାନ୍ୟତା ଅଛି, ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଅଷ୍ଟମୀ ତିଥିରେ ରାତ୍ରି ୧୨ ଟା ସମୟରେ ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଥିଲେ । ସେ ମଥୁରା ନଗରୀରେ ମାମା କଂସଙ୍କ କାରାଗାରରେ ଜନ୍ମ ହୋଇଥିଲେ । କୃଷ୍ଣ, ମାତା ଦେବକୀଙ୍କ ଅଷ୍ଟମ ସନ୍ତାନ ଥିଲେ । ଏଥିପାଇଁ ତ ପ୍ରତିବର୍ଷ କୃଷ୍ଣ ଜନ୍ମୋତ୍ସବ ସାରାଭାରତରେ ଧୂମଧାମରେ ମନାଯାଏ ।
ଏହିପର୍ବରେ ମନ୍ଦିର ତଥା ଘରେ ଭଜନ-କୀର୍ତ୍ତନ ସାଙ୍ଗକୁ ବ୍ରତପୂଜନ କାର୍ଯ୍ୟରେ ଫାଟି ପଡେ । କେଉଁଠି କାହ୍ନାର ବାଳସ୍ୱରୂପ ହୁଏ ତ ପୁଣି କେଉଁଠି ଦହି-ହାଣ୍ଡିର ଆୟୋଜନ ହୋଇଥାଏ । ଜାଣିବା ଚଳିତବର୍ଷ କେବେ ଓ କେମିତି ଏହି ପର୍ବକୁ ମନାଯିବ ।

ଚଳିତବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୬ ଅଗଷ୍ଟରେ ପାଳନ କରାଯିବ । କାରଣ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି, ୨୬ ତାରିଖ ସୋମବାର ଦିନ ୩ ଟା ୩୯ ମିନିଟରୁ ପ୍ରାରମ୍ଭ ହୋଇ ତା’ ର ପରବର୍ତ୍ତୀ ଦିନ ମାନେ ୨୭ ତାରିଖ ୨ ଟା ୧୯ ମିନିଟରେ ସମାପନ ହେବାର ଅଛି । ଫଳରେ ଉଦୟତିଥି ଅନୁସାରେ, ଆସନ୍ତା ୨୬ ତାରିଖ ଦିନ ଜନ୍ମାଷ୍ଟମୀ ପାଳିତ ହେବ ସାରା ଦେଶରେ । ଦୁଇଦିନ ପାଳନ କରାଯାଥିବା ଏହି ପର୍ବ ସ୍ମାର୍ତ୍ତ ଓ ବୈଷ୍ଣବ ସମ୍ପଦ୍ରାୟରେ ଅଲଗା ଅଲଗା ତିଥିରେ ପଡୁଥିବାରୁ ସେମାନେ ଏହାକୁ ଅଲଗା ଅଲଗା ଦିନ ପାଳନ କରନ୍ତି । ପ୍ରଥମ ତିଥିରେ ସ୍ମାର୍ତ୍ତ ଓ ଦ୍ୱିତୀୟ ତିଥିରେ ବୈଷ୍ଣବମାନେ କାହ୍ନାଙ୍କ ଏହି ପର୍ବ ପାଳନ୍ତି ।

ଏହିବର୍ଷ ଜନ୍ମାଷ୍ଟମୀ ଦିନ ଶୁଭ ଯୋଗ ସାଙ୍ଗକୁ ଜୟନୀ ଯୋଗ ରହିଛି । ଜ୍ୟୋତିଷ ଅନୁସାରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଜନ୍ମ ସମୟରେ ଯେଉଁ ଯୋଗ ଥିଲା; ସମାନ ଯୋଗ ଚଳିତବର୍ଷର ଜନ୍ମାଷ୍ଟମୀରେ ମଧ୍ୟ ଦେଖିବାକୁ ମିଳିବ । ଯାହା ବେଶ ଦୁର୍ଲ୍ଲଭ ଅଟେ ।

Get real time updates directly on you device, subscribe now.