fbpx

୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଖୋଲିବ ସର୍ବସାଧାରଣଙ୍କ ପାଇଁ ଲିଙ୍ଗରାଜ ମନ୍ଦିର । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ଓ ସେବାୟତଙ୍କ ମଧ୍ୟରେ ହୋଇଥିଲା ବୈଠକ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ହୋଇଛି ନିଷ୍ପତ୍ତି । ତେବେ ସଂପୂର୍ଣ୍ଣ କୋଭିଡ ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ଅନୁମତି । ପୂର୍ବରୁ ଅଗଷ୍ଟ ୨୩ରୁ ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ।

ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର କାରଣରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ତେବେ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପରେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଉପରେ ଦ୍ୱାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

Get real time updates directly on you device, subscribe now.