ମକର ସଂକ୍ରାନ୍ତିରେ ଭୋକିଲା ରହିଲେ ଲିଙ୍ଗରାଜ, ବିବାଦ ପାଇଁ ନୀତିକାନ୍ତି ବନ୍ଦ

ବିବାଦ କାରଣରୁ ପ୍ରଭୁ ଲିଙ୍ଗରାଜଙ୍କ ବନ୍ଦ ରହିଲା ନୀତିକାନ୍ତି..

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି। ଓଡ଼ିଆ ମାନେ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରୁଥିବା ବେଳେ ତେଲୁଗୁମାନେ ଏହାକୁ ପୋଙ୍ଗଲ ପର୍ବ ରୂପେ ପାଳନ କରୁଛନ୍ତି। ସେହିପରି ସାରା ଦେଶରେ ଉତ୍ସବ ମୁଖର ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଜାରି ରହିଛି।

ଭୋକିଲା ରହିଲେ ଲିଙ୍ଗରାଜ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ ସେବାୟତ ଏବଂ ମହାସୁଆରଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏଥିପାଇଁ ବିବାଦ ଯୋଗୁଁ ଗତକାଲି ରାତି ସାଢେ ୮ଟାରୁ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି।

ବଡ଼ ସେବାୟତ ବରମ୍ବାର ମନମୁଖୀ କାର୍ଯ୍ୟ କରୁଥିବାରୁ ଅଭିଯୋଗ ରହିଛି। ଆଜିର ମକର ସଂକ୍ରାନ୍ତିରେ ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ। ଶ୍ରଦ୍ଧାଳୁମାନେ ବି ପ୍ରଭୁଙ୍କ ଦର୍ଶନ ପାଇଁ ବାହାରେ ଅପେକ୍ଷା କଲେ।