fbpx

ପଦାର୍ପଣ ମ୍ୟାଚ୍‌ରେ ଇଣ୍ଟର ମିଆମିକୁ ବିଜୟ ଭେଟି ଦେଲେ ଲିଓନେଲ୍ ମେସି, ଗୋଲ୍ କରି କଲେ ବିଶ୍ୱ ରେକର୍ଡ

Advertisement

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଲିଜେଣ୍ଡ ଫୁଟବଲର ଲିଓନେଲ୍ ମେସି ଶୁକ୍ରବାର ଜୁଲାଇ ୨୧ ତାରିଖରେ ଇଣ୍ଟର ମିଆମି ପାଇଁ ପଦାର୍ପଣ କରିଛନ୍ତି । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ପଦାର୍ପଣ ମ୍ୟାଚ୍‌ରେ ଏକ ଫ୍ରୀ କିକ୍‌ରେ ଜବରଦସ୍ତ ଗୋଲ୍ କରି ଗିନିଜ୍ ବୁକ୍ ରେକର୍ଡ କରିଛନ୍ତି । ମେସିଙ୍କ ଏହି ଗୋଲ୍ ସମ୍ପୁର୍ଣ୍ଣ ଷ୍ଟାଡିୟମକୁ ନାଚିବାକୁ ବାଧ୍ୟ କରିଥିଲା । କାରଣ ଏହି ଗୋଲ୍ ମ୍ୟାଚ୍‌ର ଅତିରିକ୍ତ ସମୟରେ ଆସିଥିଲା । ଇଣ୍ଟର ମିଆମି ୧୦୦ ମିଲିୟନ ଡଲାରୁ ଅଧିକ ଟଙ୍କା ଦେଇ ମେସୀଙ୍କୁ ଦଳରେ ସାମିଲ କରିଛି ।

ମେସୀ ଅବିସ୍ମଣୀୟ ପ୍ରଦର୍ଶନ କରି ତାଙ୍କର ନୁଆ କ୍ଲବ୍ ସହିତ ପ୍ରଥମ ମ୍ୟାଚ୍‌କୁ ସ୍ମରଣୀୟ କରିଛନ୍ତି । ମ୍ୟାଚ୍‌ର ୯୪ ତମ ମିନିଟ୍‌ରେ ମେସୀ ଫ୍ରୀ କିକ୍‌କୁ ଗୋଲ୍‌ରେ ପରିଣତ କରିଥିଲେ, ଏହା ସହିତ ଇଣ୍ଟର ମିଆମି ଲିଜେଣ୍ଡସ୍ କପ୍ ମ୍ୟାଚ୍‌ରେ ମେସ୍କିକାନ୍ କ୍ଲବ୍ କ୍ରୁଜ୍ ଅଜୁଲ କୁ ୨-୧ ଗୋଲ୍‌ରେ ପରାସ୍ତ କରିଛି । ମ୍ୟାଚ୍ ପରେ ମେସୀ ସାକ୍ଷାତକାରରେ କହିଥିଲେ ଯେ, ମୁଁ ଯାହା ଦେଖିଥିଲି ତାହା ଗୋଲ୍ ଥିଲା, ମୁଁ ଟାର୍ଗେଟ୍ ଦେଖିଥିଲି, ଆଉ ମତେ ଜଣା ଥିଲା ଯେ, ମୋତେ ଗୋଲ୍ କରିବାର ଅଛି ।

ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ସକ୍ରିୟ ଖେଳାଳି, ସାତଥର ବାଲାନ୍ ଡି’ଓର୍ ବିଜେତା ତଥା ବିଶ୍ୱକପ୍ ଚାମ୍ପିଅନ୍ ଲିଓନେଲ୍ ମେସି, ବିଜୟ ଲକ୍ଷ୍ୟ ପାଇଁ ଚାରି କ୍ରୁଜ୍ ଆଜୁଲ୍ ଡିଫେଣ୍ଡରଙ୍କ ଉପର ଦେଇ ବଲ୍ ଗୋଲ୍ ପୋଷ୍ଟରେ ପୁରାଇଥିଲେ, ଯାହା ଇଣ୍ଟର ମିଆମି ପାଇଁ ଇତିହାସରେ ସବୁଠାରୁ ବଡ଼ ମୁହୂର୍ତ୍ତ ଥିଲା । ଏହା ପରେ ଆତସବାଜି ଦ୍ୱାରା ଏବଂ ରେଫରିଙ୍କ ହ୍ୱିସଲର ପ୍ରାୟ ଏକ ମିନିଟ୍ ପୂର୍ବରୁ ଖେଳ ଆରମ୍ଭ ହୋଇଥିଲା । ଏହି ସମୟରେ ଦଳର ସହ-ମାଲିକ ଡେଭିଡ ବେକହମ ଭାବପ୍ରବଣ ହୋଇପଡ଼ିଥିଲେ।

Get real time updates directly on you device, subscribe now.