ଭୁବନେଶ୍ବର: ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରାଜ୍ୟରେ ବଢିବ କି ମଦ ଦର? ମଦକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେଶନ କମିଟି ରିପୋର୍ଟ ଆସିଛି। ଏହା ଉପରେ ସରକାର ନିଷ୍ପତ୍ତି ନେବେ ନେବେ । ଦର ବୃଦ୍ଧି ପାଇଁ ପ୍ରାଇସ୍ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ଏହି କମିଟି ନିଷ୍ପତ୍ତି ନିଏ । ୩ ଦିନ ତଳେ ଏହି କମିଟିର ବୈଠକ ବସିଥିବା ବେଳେ ନିଷ୍ପତ୍ତି ମଧ୍ୟ ଆସିଛି । ଏହାପରେ ସରକାର ନିଷ୍ପତ୍ତି ନେବେ । ସରକାରଙ୍କ ନିଷ୍ପତ୍ତି ପରେ ଜଣାପଡିବ ମଦ ଦର ବୃଦ୍ଧି ପାଇବ କି ନାହିଁ । ତେବେ ଅବକାରୀ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ପରେ ବର୍ତ୍ତମାନ ଚର୍ଚ୍ଚା ବୃଦ୍ଧି ପାଇଛି ।