ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କଲେ ରାଜ୍ୟ ସରକାର, ଏତିକି ରହିଛି ଦାମ୍
ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବୃଦ୍ଧି କଲେ ରାଜ୍ୟ ସରକାର । ସୂଚନା ଦେଲେ ଅବକାରୀ ମନ୍ତ୍ରୀ ।
ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଓଡିଶାରେ ବୃଦ୍ଧି ପାଇଛି ମଦ ଦର । ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କଲେ ମୋହନ ସରକାର ।
ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବୃଦ୍ଧି ହୋଇଥିବା ବେଳେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି ।
ଡିସେମ୍ବର ୧ରୁ ବର୍ଦ୍ଧିତ ଦାମ୍ ଲାଗୁ ନେଇ ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ବୃଦ୍ଧି କରାଯାଇଥିବା ନେଇ ସେ କହିଛନ୍ତି ।
କହିରଖୁଛୁ କି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେଶନ କମିଟି ରିପୋର୍ଟ ଆସିଥିଲା । ଏହା ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ।
ଦର ବୃଦ୍ଧି ପାଇଁ ପ୍ରାଇସ୍ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ଏହି କମିଟି ନିଷ୍ପତ୍ତି ନିଏ ।