ଭୁବନେଶ୍ୱର: ଓଡ଼ିଶାରେ ଅଛି ଲିଥିୟମ ଭଳି କ୍ରିଟାକାଲ ମିନେରାଲ । ନୟାଗଡ଼ ଜିଲ୍ଲାର ମାଟିତଳେ ଲିଥିୟମ ଥିବା ସଙ୍କେତ ମିଳିଛି ।
ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ମିଳିଛି ଏହି ସଙ୍କେତ । ଡ୍ରୋନ ମାଧ୍ୟମରେ ଏହି ଖଣିଜ ପଦାର୍ଥକୁ ଖୋଜାଯିବ । ଲିଥିୟମ, କପର ଭଳି ମିନେରାଲ ଖୋଜା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ କେନ୍ଦ୍ର ଖଣି ସଚିବ ଏଲ କାନ୍ତା ରାଓ ସୂଚନା ଦେଇଛନ୍ତି ।
ତେବେ ଲିଥିୟମ ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ, ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ ।
ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଡ୍ରୋନ୍ ମାଧ୍ୟମରେ ଖଣିଜ ପଦାର୍ଥ ଖୋଜିବାକୁ ଅଭିଯାନ ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଖଣିଜ ଏବେ ଏହି ପ୍ରକଳ୍ପରେ ପୁଣି ଥରେ ଆରମ୍ଭ ହେବ ।
ଆସନ୍ତାକାଲି କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜିଏସଆଇର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, ଜିଏସଆଇ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ ।