fbpx

ମହାରାଷ୍ଟ୍ରରେ ପୁଣି ବଢ଼ିଲା ଲକଡାଉନ୍

ମୁମ୍ବାଇ: ରାଜ୍ୟରେ କୋଭିଡ୍ ସଂକ୍ରମଣ ପୂର୍ବ ପରି ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆଗାମୀ ଜୁନ୍ ୧୫ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ୍ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ଆସୁଥିବା ତୃତୀୟ ଲହରରେ ଯେପରି ରାଜ୍ୟବାସୀ ପ୍ରଭାବିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର । ଗତବର୍ଷ ଓ ଚଳିତବର୍ଷର କୋଭିଡ୍-୧୯ ମଧ୍ୟରେ ବହୁତ ଫରକ ରହିଛି । ବର୍ତ୍ତମାନ ରୋଗୀମାନେ ଅଧିକ ସଂକ୍ରମିତ ହେବା ସହ ଭାଇରସ ଦ୍ରୁତଗତିରେ ବୃଦ୍ଧିପାଉଛି ଓ ରୋଗୀମାନେ ସୁସ୍ଥ ହେବାକୁ ଅଧିକ ସମୟ ନେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁସ୍ଥତା ହାର ୯୨ ପ୍ରତିଶତ ରହିବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ସମସ୍ତ ସରକାରୀ ଅଫିସ ୨୫ ପ୍ରତିଶତ କର୍ମଚାରୀରେ ଚାଲିବ । କୃଷି ସମ୍ବନ୍ଧିତ ଦୋକାନ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତିଦିନ ଅପରାହ୍ଣ ୩ଟା ପରେ ମେଡିକାଲ ଓ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ଅନଲାଇନରେ ଅର୍ଡର କରାଯାଉଥିବା ସମସ୍ତ ସାମଗ୍ରୀର ଡେଲିଭରି ନିମନ୍ତେ ଅନୁମତି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.