fbpx

ଲୋକସଭା ନିର୍ବାଚନ ୨୦୨୪: ୪୨ ପ୍ରାର୍ଥୀଙ୍କ ତାଲିକା ଜାରି କରିବା ସହ ମମତା କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ବଡ ଅପଡେଟ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ବଡ ଘୋଷଣା କରିଛନ୍ତି । ମମତା ଘୋଷଣା କରିଛନ୍ତି କି ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବ । ଟିଏମସି ପକ୍ଷରୁ ପଶ୍ଚିମବଙ୍ଗରେ ଏହାର ସମସ୍ତ ୪୨ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି । ମମତା କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଏହା ଘୋଷଣା କରିଛନ୍ତି ।

ତେବେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ମମତା ଦଳର ସାଧାରଣ ସଚିବ ଅଭିଷେକ ବାନାର୍ଜୀଙ୍କୁ ଫୋନ୍ କରିଥିଲେ । ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା ସମୟରେ ନୂଆ ଚିତ୍ର ଦେଖିବାକୁ ମିଳିଛି । ଏହା ପୂର୍ବରୁ ତୃଣମୂଳ ନେତ୍ରୀ କାଳୀଘାଟ ସ୍ଥିତ ତୃଣମୂଳ କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିଲେ । କିନ୍ତୁ ଚଳିତ ଥର ମମତା ବ୍ରିଗେଡ୍ ର‌୍ୟାଲି ମଞ୍ଚରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ତେବେ ମମତା ଟିଏମସିର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି କି ଏବେ ରାଜ୍ୟରେ କଂଗ୍ରେସ ସହ ମେଣ୍ଟର କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ତୃଣମୂଳ ଏକାକୀ ନିର୍ବାଚନ ଲଢିବାକୁ ଯାଉଛି । ତେବେ ପ୍ରାର୍ଥୀଙ୍କ ନାମ ଘୋଷଣା ସମୟରେ ମମତା ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ଏହାକୁ ଦଳର ବିଦାୟୀ ର‌୍ୟାଲି ବୋଲି କହି କଟାକ୍ଷ କରିଛି ।

Get real time updates directly on you device, subscribe now.