fbpx

ଲୋକସଭା ବାଚସ୍ପତି ନିର୍ବାଚନ: ଦୌଡ଼ରେ ସାମିଲ ଏହି ନାଁ, ବିଜେପିକୁ ମିଳିବ ଜେଡିୟୁର ସମର୍ଥନ

AAKASH

ନୂଆଦିଲ୍ଲୀ: ଜୁନ୍ ୨୪ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ । ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୨୬ ତାରିଖ ସ୍ଥିର ହୋଇଥିବା ବେଳେ ନୂତନ ବାଚସ୍ପତିଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବାଚସ୍ପତି ଦୌଡ଼ରେ ଅନେକ ନାଁ ସାମିଲ ରହିଛି ।

ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଏନଡିଏ -୩ରେ ଯେଉଁ ପ୍ରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳ ଉପରେ ଭରସା କରିଛନ୍ତି ବର୍ତ୍ତମାନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣି ଥରେ ସୁଯୋଗ ମିଳିବା ନେଇ ଅନୁମାନ କରାଯାଉଛି । ସେହିପରି ଲୋକସଭା ବାଚସ୍ପତି ପାଇଁ ଟିଡିପି ତରଫରୁ ଅଧିକ ଚାପ ରହୁଥିବା ବେଳେ କ୍ଷମତାରେ ଥିବା ଦଳ ଏଥିରେ ସହମତ ନାହିଁ । କୁହାଯାଉଛି ଯଦି ଟିଡିପି ନିଜ ଜିଦରେ ଆସେ ତେବେ ବିଜେପିର ଡି. ପୁରନ୍ଦେଶ୍ୱରୀଙ୍କ ନାଁ ପ୍ରଥମେ ଆସିବ । ସେ ହେଉଛନ୍ତି ବିଜେପିର ଅଧ୍ୟକ୍ଷ ତଥା ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ଭଉଣୀ । ଏମିତିରେ ଟଡିପି ପାଇଁ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହଜ ହେବ ନାହିଁ । ଓମ୍ ବିର୍ଲାଙ୍କୁ ପୁଣି ଥରେ ସୁଯୋଗ ପ୍ରଦାନ ନେଇ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ ଅଟେ, ପ୍ରଥମ ଟିଡିପି ନିଜ ପ୍ରାର୍ଥୀଙ୍କୁ ନେଇ କୌଣସି ଚାପ ନ ପକାଉ ଦ୍ୱିତୀୟ ଓମ୍ ବିର୍ଲାଙ୍କୁ ନେଇ ଏନଡିଏର (ଗଠନକାରୀ ଦଳ)constituent parties ର କ’ଣ ପ୍ରବାହ ରହୁଛି । ଜେଡିୟୁର ନେତା କେ. ସି ତ୍ୟାଗି ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି ଯେ ବାଚସ୍ପତି ନିର୍ବାଚନ ପାଇଁ ତାଙ୍କ ଦଳ ବିଜେପିକୁ ସମର୍ଥନ କରିବ । ଏହା ବ୍ୟତୀତ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ବାଚସ୍ପତି ଦୌଡ଼ରେ ସାମିଲ ଅଛି । ଏଥିରେ ୭ ଥର ସାଂସଦ ହୋଇଥିବା ଭୃତହରି ମହତାବ ଏବଂ ୬ ଥର ସାଂସଦ ହୋଇଥିବା ରାଧା ମୋହନ ସିଂହଙ୍କ ନାଁ ପ୍ରମୁଖ ରହିଛି ।

Get real time updates directly on you device, subscribe now.