fbpx

ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୯ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ବାଚସ୍ପତି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ତାଙ୍କର ସମସ୍ତ ପାରାମିଟର ଠିକ ଅଛି ବୋଲି ଏମ୍ସ ପ୍ରଫେସର ଆରତି ଭିଜ୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ବରିଷ୍ଠ ରାଜନେତା, ଅଭିନେତା, କ୍ରୀଡ଼ାବିତଙ୍କ ସହ ବହୁ ପ୍ରତିଭାଶାଳୀ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

Get real time updates directly on you device, subscribe now.