fbpx

Video: ରାଜଧାନୀ ଭୁବନେଶ୍ୱରରେ ମନ୍ଦିର ଲୁଟ୍; ଭଗବାନଙ୍କୁ ଛାଡିଲେନି ଦୁର୍ବୁତ୍ତ, ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ଚୋର ଲୁଟେରାଙ୍କ ଆତଙ୍କ। ପୂର୍ବରୁ ଓଡ଼ିଶାର ଅନେକ ଜିଲ୍ଲାରୁ ଏହି ଆସୁଥିଲା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା। ସହିଦନଗର ଥାନା ଅନ୍ତର୍ଗତ ସୁନାଦେଇ ମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି। ଏମିତିକି ମା’ଙ୍କ ଆଖିପତାକୁ ବି ତାଡ଼ି ନେଇଛନ୍ତି ଦୁର୍ବୃତ। ସୂଚନା ଅନୁସାରେ ରବିବାର ରାତି ୯ଟା ୩୦ ମିନିଟରେ, ମନ୍ଦିରରେ ତାଲା ପକାଇ ଘରକୁ ଫେରିଥିଲେ ପୂଜକ। ସବୁଦିନ ଭଳି ମା’ଙ୍କୁ ପୂଜା କରିବା ପାଇଁ, ପରଦିନ ଭୋର ୫ଟା ୩୦ ମିନିଟରେ ମନ୍ଦିରକୁ ଆସିଥିଲେ ପୂଜକ। ହେଲେ ଦେଖିଲା ବେଳକୁ ମନ୍ଦିରର କିଛି ଆସବା ପତ୍ର ଏଣେତେଣେ ହୋଇ ପଡି ରହିଛି। ଆଉ ଦୁର୍ବୃତ ମାନେ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି।

ସୁନାଦେଇ ମା’ଙ୍କ ଠାରୁ, ଚାନ୍ଦି ର ମୁକୁଟ, ୨୭ଟା ସୁନାର ଚିତା, ନାକ, ଜିଭ, ଆଖିପତା, ୮ଟା ଘଣ୍ଟ, ଢାଳ, ଗାଙ୍ଗୁଲା ୨ଟା ଓ ଶାଢ଼ୀ ଚୋରିକରି ନେଇଥିବା ଅଭିଯୋଗ ହୋଇଛି। ଏମିତିକି ନିକଟରେ ଥିବା, ମା ମଙ୍ଗଳା ମନ୍ଦିରରେ ମଧ୍ୟ ଚୋରି ହୋଇଛି। ସେଠାରୁ ରୂପାର ମୁକୁଟ, ୨ଟା ଢାଳ, ଆଳତି ଦାନୀ ଏମିତି ଅନେକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପାଖାପାଖି ୬-୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ସହିଦନଗର ଥାନାରେ ଅଭିଯୋଗ ହେବା ପରେ, ଦୁର୍ବୃତକୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।

Get real time updates directly on you device, subscribe now.