fbpx

ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ଭୁବନେଶ୍ୱରରେ ଜଣେ ମହିଳା ଭିଜିଲାନ୍ସ ଡିଏସପିଙ୍କଠାରୁ ଲୁଟ୍ ହୋଇଛି । ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ଖବର ମୁତାବକ, ସକାଳ ୬ଟା ୪୫ ମିନିଟ ସମୟରେ ଡିଏସପି ତନୁଜା ମହାନ୍ତିଙ୍କ ସରକାରୀ କ୍ୱାର୍ଟରରେ ୨ ଜଣ ଦୁର୍ବୃତ୍ତ ପ୍ରବେଶ କରିଥିଲେ । ବନ୍ଧୁକ ଦେଖାଇ ଡିଏସପିଙ୍କ ଚେନ୍, ଖଙ୍ଖା, କାନ ଫୁଲ ଲୁଟି ନେବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଥିଲେ । ୟୁନିଟ ୩ ଅଞ୍ଚଳରେ ଥିବା ସରକାରୀ ବାସଭବନରେ ଏହି ଲୁଟ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.