fbpx

ଏମବିଏ ଲୁଟେରା: ନିଜକୁ ଆଇଟି ଅଫିସର୍ କହି ଲୁଟୁଥିଲା ଗହଣା ଦୋକାନ

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର)  : ନିଜକୁ ଏକ ଆଇଟି ଅଫିସର୍ ବୋଲି ପରିଚୟ ଦେଇ ଲୁଟୁଥିବା ବିଭିନ୍ନ ଗହଣା ଦୋକାନ । ହେଲେ ଆଜି ପୋଲିସ୍ ହାତରେ ଧରାପଡିଛି । ଭୁବନେଶ୍ୱର ଡିସିପିଙ୍କ ଦ୍ୱାରା ଗଠିତ ସ୍ପେଶାଲ୍ ସ୍କ୍ୱାର୍ଡ ଆଜି ଏହି ମୋଷ୍ଟ ୱାଣ୍ଟେଡ୍ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛନ୍ତି । ସ୍ପେଶାଲ୍ ସ୍କ୍ୱାର୍ଡ ଆଜି ଏହି ଲୁଟେରାକୁ ଗିରଫ କରି ସମ୍ବଲପୁର ପୋଲିସ୍ କୁ ହସ୍ତାନ୍ତର କରିଛି । ସେ ସମ୍ବଲପୁର, ପୁରୀ ଏବଂ ଝାରସୁଗୁଡାର ଅନେକ ଗହଣା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଲୁଟ୍ କରିଥିଲା । ଏହି ହାଇପ୍ରୋଫାଇଲ୍ ଲୁଟେରାର ନାଁ ହେଉଛି ବିଶାଲ୍ ନିଲେଙ୍ଗା । ସେ ଏକ ଏମବିଏ ଛାତ୍ର ଏବଂ ବାଙ୍ଗଲୋରର ବୋଲି ପୋଲିସ୍ ପକ୍ଷରୁ ସୁଚନା ମିଳିଛି ।

ସୁଚନା ଅନୁସାରେ, ନିଜକୁ ଏକ ଆଇଟି ଅଫିସର୍ ବୋଲି ପରିଚୟ ଦେଇ ସମ୍ବଲପୁର, ପୁରୀ ଏବଂ ଝାରସୁଗୁଡାର ଅନେକ ଗହଣା ଦୋକାନକୁ ଗହଣା କିଣିବା ବାହାନାରେ ଯାଉଥିଲା । ଯେତେବେଳେ ବିଲ୍ କରିବାକୁ କୁହାଯାଉଥିଲା ଅନଲାଇନ୍ ପେମେଣ୍ଟ କରିଥିବା କହି ଏକ ଫର୍ଜି ମେସେଜ୍ ଦେଖାଉଥିଲା । ଆଉ ସେଠାରୁ ଗହଣା ଲୁଟ୍ କରି ଫେରାର୍ ହୋଇଯାଇଥିଲା । ଆଉ ସାଧାରଣତଃ ସେ ଫାଇଭ୍ ଷ୍ଟାର ହୋଟେଲ୍ ରେ ଯାଇ ରହୁଥିଲା ଏବଂ ଫ୍ଲାଇଟ୍ ରେ ଯାଆସ କରୁଥିଲା । ହେଲେ ଆଜି ଭୁବନେଶ୍ୱରର ଏକ ଫାଇଭ୍ ଷ୍ଟାର ହୋଟେଲ୍ ରୁ ସ୍ପେଶାଲ୍ ସ୍କ୍ୱାର୍ଡ ତାକୁ ଗିରଫ କରି ସମ୍ବଲପୁର ପୋଲିସ୍ କୁ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.