fbpx

କାଲିଠୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ: ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ବିବାଦ ନେଇ ନୀତିକାନ୍ତି ବନ୍ଦ

Advertisement

ଭୁବନେଶ୍ବର: ଜମି ବିବାଦ ପାଇଁ କାଲିଠୁ ଉପାସରେ ମହାପ୍ରଭୁ ଲିଙ୍ଗରାଜ l ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗ ଓ ପୂଜା ପଣ୍ଡା ମଧ୍ୟରେ ଜମି ବିବାଦରୁ ପୂଜା ପଣ୍ଡା ନୀତିକାନ୍ତି ବନ୍ଦ କରିଥିବା ନେଇ ସୂଚନା । ଅନ୍ୟପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ମହାପ୍ରଭୁଙ୍କ ଦର୍ଶନ ଜାରି ରହିଛି ।

ପୁଣି ମହାପ୍ରଭୁ ଲିଙ୍ଗରାଜ ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ପୂଜା ପଣ୍ଡା ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ କରିଥିବା ଜଣାପଡିଛି । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି ।

ତେବେ ପୂଜା ପଣ୍ଡାଙ୍କ କହିବାନୁଯାୟୀ, “ଆମେ ଠାକୁରଙ୍କ ନିତିକନ୍ତି ରେ ଅସହଯୋଗ କରିଛୁ, ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଜବରଦସ୍ତ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l ୨୦୧୯ ମସିହାରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ସରକାର ଓ ମନ୍ଦିର ଓ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କୌଣସି ସମାଧାନର ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଛି । ଅନ୍ୟପଟେ ବଡୁ ନିଯୋଗଙ୍କ କହିଛନ୍ତି, “ପୂଜା ପଣ୍ଡା ନୀତି ବନ୍ଦ କରିଛନ୍ତି । ଆମେ ଆମ କାମ ସଠିକ ଭାବେ କରୁଛୁ ।”

ତେବେ ସେବାୟତମାନଙ୍କ ମଧ୍ୟରେ ବିବାଦ ଯୋଗୁ ବାରମ୍ବାର ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏହାପୂର୍ବରୁ ଅଗଷ୍ଟ 28ତାରିଖରେ ମଧ୍ୟ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣାଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିଲା ।

ତେବେ ୨୦୨୦ ମସିହାରୁ ଉଭୟ ନିଯୋଗଙ୍କ ଭିତରେ ଏହି ବିବାଦ ଲାଗି ରହିଛି । କାରଣ ମହାପ୍ରଭୁଙ୍କ ପଇତା ଲାଗି ନୀତି ଉଭୟ କରିବେ ବୋଲି ନିଜକୁ ଦାବିଦାର କହୁଛନ୍ତି । ଏହାକୁ ନେଇ କୋର୍ଟରେ କେସ୍‌ ମଧ୍ୟ ଚାଲିଛି । ଏହାର ସମାଧାନ ହୋଇ ନଥିବା ବେଳେ ୪ ବର୍ଷ ହେବ ଏହି ନୀତିକାନ୍ତି ହେଇପାରୁନାହିଁ । ତେଣୁ ୪ ବର୍ଷ ହେବ ପୂଜାପଣ୍ଡାମାନଙ୍କ ବିବାଦକୁ ନେଇ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହୁଛି । ଚଳିତ ବର୍ଷ ମଧ୍ୟ ପଇତାଲାଗି ନୀତିକୁ ନେଇ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.