fbpx
BSKY
BJD SHG SKY
BJD YOUTH SKY

୨୭୦ ଟଙ୍କାର ଲଟେରୀ ଟିକେଟରେ ବନିଲେ କୋଟିପତି: ଜାଣନ୍ତୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସଫଳତା କାହାଣୀ

ନୂଆଦିଲ୍ଲୀ: ମାତ୍ର ୨୭୦ ଟଙ୍କାର ଲଟେରୀ ଟିକେଟ କିଣି କୋଟିପତି ହୋଇଯାଇଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କୁହାଯାଏ ସଫଳତା ଆସିବା ପାଇଁ ଏକ ସମୟ ଲାଗିଥାଏ ତେବେ ପଶ୍ଚିମବଙ୍ଗର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏକାଥରେ ଶୂନରୁ ଶିଖରର ଯାତ୍ରା କରିଛନ୍ତି ଏହି ବ୍ୟକ୍ତି ଜଣଙ୍କ । ୨୭୦ ଟଙ୍କାର ଲଟେରୀ ଟିକେଟ କିଣିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କୋଟିପତି ହୋଇ ଯାଇଛନ୍ତି । ସକାଳେ ଲଟେରୀ ଟିକେଟ କିଣି ଦ୍ୱିପ୍ରହରରେ କୋଟିପତି ହୋଇଛନ୍ତି ବ୍ୟକ୍ତି ଜଣଙ୍କ ।

ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ କାମ କରନ୍ତି ଶେଖ ହୀରା । ସକାଳୁ କିଛି କାମରେ ଯାଇଥିବା ବେଳେ କିଣି ନେଇଥିଲେ ଲଟେରୀ ଟିକେଟ । ଦ୍ୱିପ୍ରହରରେ ଜଣା ପଡିଲା କି ହୀରାଙ୍କ ଜ୍ୟାକପଟ୍ ଲାଗିଛି । ହୀରା କୋଟିପତି ହୋଇ ଯାଇଥିବା ବେଳେ ଭୟରେ ସେ ତୁରନ୍ତ ଶକ୍ତିଗଡ ପୋଲିସ ଷ୍ଟେସନରେ ପହଞ୍ଚି ଯାଇଥିଲେ । କାଳେ ଟିକେଟ ହଜିଯିବ ସେଥିପାଇଁ ପୋଲିସ ସହାୟତାରେ ନିଜ ଘରେ ପହଞ୍ଚିଥିଲେ । ଏହି ପଇସାରେ ସେ ନିଜ ପାଇଁ ଏକ ଘର ତିଆରି କରିବା ସହିତ ଦୀର୍ଘଦିନରୁ ଅସୁସ୍ଥ ଥିବା ମାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବେ ବୋଲି କହିଛନ୍ତି । ଲଟେରୀ ବିକ୍ରେତା ଶେଖ୍ ହନିଫଙ୍କ କହିବା ଅନୁଯାୟୀ ତାଙ୍କ ଦୋକାନରୁ ଲଟେରୀ କିଣି ପ୍ରଥମ ଥର ପାଇଁ କେହି କୋଟିପତି ହୋଇଛନ୍ତି ।

Get real time updates directly on you device, subscribe now.