fbpx

ଲଟେରି ଟିକେଟ୍‌ କିଣି ଭୁଲି ଯାଇଥିଲେ, ହଠାତ୍ ବଦଳିଗଲା ଭାଗ୍ୟ… ଏତିକି କୋଟିର ମାଲିକ ପାଲଟିଗଲେ ଯୁବକ

ନୂଆଦିଲ୍ଲୀ: ଭାଗ୍ୟ କାହାର କେତେବେଳେ ଖୋଲିବ ସେ କଥା କିଏ ବା କହିବ । ରାତାରାତି କୋଟିତି ହେବାର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଏହା କାହାଣୀ ନୁହେଁ । କାହାଣୀ ଭଳି କିନ୍ତୁ ସତ ଘଟଣା । ବନ୍ଦ ଆଲମିରାରେ ରହିଯାଇଥିଲା ଭାଗ୍ୟ । ମନେ ପଡ଼ୁନଥିଲା । କିନ୍ତୁ ହଠାତ ଦିନେ ଖୋଲିଗଲା ବନ୍ଦ୍‌ କବାଟ । ବଦଳିଗଲା ଭାଗ୍ୟ । ଭୁଲିଯାଇଥିବା ଲଟେରୀ ଟିକେଟ୍‌ କରାଇଦେଲା କୋଟିପତି । ସୁପରଧନୀ ପାଲଟିଗଲେ ଆମେରିକୀୟ ବ୍ୟକ୍ତି ଜଣକ । ସେ ହୋଇଗଲେ ୮.୯ ମିଲିୟନ୍‌ ଡଲାର୍‌ ମାଲିକ ।

ଆମେରିକାର ଓରେଗନ୍‌ ବାସିନ୍ଦା ୱିଲବର୍‌ ବ୍ରାଉନ୍‌ । ସେ ଗତ ଖ୍ରୀଷ୍ଟମାସ ଅବସରରେ ସ୍ପ୍ରିଙ୍ଗଫିଲ୍ଡର ମୋଜ୍‌ ଲଜରେ ମେଗାବାକ୍ସ ଲଟେରୀ ଟିକେଟ କିଣିଥିଲେ । ୨୫ ଡଲାରର ଲଟେରି କିନ୍ତୁ ପୁରସ୍କାର ଥିଲା ୮.୯ ମିଲିୟନ ଡଲାର । କିଛି ସପ୍ତାହରେ ଥିଲା ଉଠାଣ ତାରିଖ । କିନ୍ତୁ ଟିକେଟକୁ ସାଇତିଥିଲେ ବି ଲଟେରି ଉଠାଇବା କଥା ଭୁଲି ଯାଇଥିଲେ ବ୍ରାଉନ୍‌ । ଫଳରେ ଉଠାଣ ସରିଥିଲା କିନ୍ତୁ ସେ ଲଟେରି ଜିତିଥିବା କଥା ଜାଣିନଥିଲେ । ଏହାରି ଭିତରେ ପାଖାପାଖି ୨ ମାସ ପଳାଇଥିଲା । ପୁଣି ଫେବୃଆରୀରେ ବ୍ରାଉନ୍‌ ଆଉ ଥରେ ମୋଜ୍‌ ଲଜ୍‌ ପରିଦର୍ଶନ ଆସିଥିଲେ । ସେତେବେଳେ ତାଙ୍କର ଲଟେରି ଟିକେଟ୍‌ କଥା ମନେପଡ଼ିଯାଇଥିଲା । ବହୁତ ଡେରି ହୋଇଯାଇଥିବାରୁ ବ୍ରାଉନଙ୍କର ସେଭଳି କିଛି ଆସା ନଥିଲା । କିନ୍ତୁ ତାଙ୍କ ଭାଗ୍ୟ ଥିଲା ଅଲଗା । ଲଜରେ ସର୍ଭର ଦ୍ୱାରା ନିଜ ଟିକେଟକୁ ସ୍କାନ୍‌ କରିବା ପରେ ସେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ହଠାତ ବିଶ୍ୱାସ କରି ପାରିନଥିଲେ । କିନ୍ତୁ ସେ ଜିତିଥିଲେ ବଡ଼ ଆମାଉଣ୍ଟର ଲଟେରୀ । ବ୍ରାଉନ୍‌ ଏବଂ ତାଙ୍କ ସାଙ୍ଗମାନେ ପରେ ଏହାର ଅନଲାଇନ୍‌ ଯାଞ୍ଚ କରିଥିଲେ । ଜାଣିବାକୁ ପାଇଲେ ଯେ ସେ ୮.୯ ମିଲିୟନ୍‌ ଡଲାରର ଜ୍ୟାକପଟ୍‌ ଜିତିଛନ୍ତି । ଓରେଗନ୍‌ ଲଟେରୀ ଅନୁଯାୟୀ ବ୍ରାଉନଙ୍କର ଲକ

Get real time updates directly on you device, subscribe now.