fbpx

ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଭୟରେ ଲୋକେ ହୋଇପଡ଼ିଲେ ଆତଙ୍କିତ

ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି । ହଠାତ୍ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଏହି ଘୂର୍ଣ୍ଣିଝଡ଼ ଅଧିକ ଶକ୍ତିଶାଳୀ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ଘୂର୍ଣ୍ଣିଝଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜିଲ୍ଲାର ଚାନାଗା ଅଞ୍ଚଳରେ ଶନିବାର ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା । ଚକ୍ରବାତ ଆକାରରେ ଏକ ବଡ଼ ଧୂଳି ଝଡ଼ ଉପରକୁ ଉଠୁଥିବାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି । ଝଡ଼ ଯୋଗୁଁ କ୍ଷେତରେ ଥିବା ଫସଲ ନଷ୍ଟ ହୋଇଛି । ଗତ ମାସରେ ଆସାମରେ ଏକାଧିକ କାଳବୈଶାଖୀ ହେବା ସହ ବଜ୍ରପାତ ହୋଇଥିଲା । ଘଡ଼ଘଡ଼ି ଯୋଗୁ ପ୍ରାୟ ୧୮ ଜଣଙ୍କର ପ୍ରାଣହାନି ବି ଘଟିଛି ।

ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଉପରେ ଏକ ଅବପାତ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

Get real time updates directly on you device, subscribe now.